ରଣଦୀପ ନା ଅକ୍ଷୟ! କିଏ ହେବ ନୀରଜ ଚୋପ୍ରାଙ୍କ ବାୟୋପିକ୍‌ର ଅଂଶ?

Top Storise ମନୋରଞ୍ଜନ

ନୂଆଦିଲ୍ଲୀ: ଐତିହାସିକ ଅଲିମ୍ପିକ୍ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣିଦେଇଛନ୍ତି ଆଥଲେଟ୍ ନୀରଜ ଚୋପ୍ରା।ଏକ ପୁରୁଣା ସାକ୍ଷାତକାରରେ ସେ କହିଥିଲେ ଯେ ଯଦି ତାଙ୍କ ବାୟୋପିକ୍‌ ନିର୍ମାଣ ହୁଏ ତେବେ ସେଥିରେ ଖିଲାଡି କୁମାର ଅର୍ଥାତ୍‌ ଅକ୍ଷୟ କୁମାର କିମ୍ବା ରଣଦୀପ ହୁଡା ତାଙ୍କ ଭୂମିକାରେ ଅଭିନୟ କରନ୍ତୁ ବୋଲି ସେ ଚାହାନ୍ତି।

ବଲିଉଡର ଅନେକ ସେଲିବ୍ରିଟି ସୋସିଆଲ ମିଡିଆରେ ନୀରଜଙ୍କୁ ତାଙ୍କର ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ। ୨୦୧୮ରେ ଦି କ୍ୱିଣ୍ଟକୁ ଦେଇଥିବା ଏକ ସାକ୍ଷାତକାରରେ ନୀରଜ ଉଲ୍ଲେଖ କରିଛନ୍ତି ଯେ ସେ ଚାହୁଁଛନ୍ତି ଯେ ରଣଦୀପ ହୁଡା କିମ୍ବା ଅକ୍ଷୟ କୁମାର ତାଙ୍କ ବାୟୋପିକରେ ତାଙ୍କ ଭୂମିକା ଗ୍ରହଣ କରନ୍ତୁ। ସେ କହିଛନ୍ତି, “ଯଦି ବାୟୋପିକ୍ ତିଆରି ହୁଏ ତେବେ ଏହା ବହୁତ ଭଲ ହେବ। ମୁଁ ପସନ୍ଦ କରୁଥିବା ବଲିଉଡ୍‌ କଳାକାର ହେଉଛନ୍ତି ହରିୟାଣାର ରଣଦୀପ ହୁଡା ଏବଂ ବଲିଉଡରେ ଅକ୍ଷୟ କୁମାର।”

Leave a Reply

Your email address will not be published. Required fields are marked *