ଡିଜିଟାଲ ଲୋନକୁ ନେଇ RBI ଜାରି କଲା ଗାଇଡଲାଇନ୍

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ଲୋନ୍ ସହ ଜଡିତ ଠକେଇର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) କଡା ନିୟମ ଜାରି କରିଛି । ଏହା ଅଧୀନରେ କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ଡିଜିଟାଲ୍ ଲୋନ୍ ସିଧାସଳଖ ଲୋନ୍ ନେଇଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହେବା ଉଚିତ ଏବଂ ଏଥିରେ କୌଣସି ତୃତୀୟ ପକ୍ଷର ଆବଶ୍ୟକତା ନାହିଁ । ଡିଜିଟାଲ ଲୋନରେ ବଢ଼ୁଥିବା ଅପବ୍ୟବହାରକୁ ରୋକିବା ପାଇଁ ଆରବିଆଇ ଏହି କଠୋର ନିୟମ ପ୍ରସ୍ତୁତ କରିଛି ।

ଏହା ବ୍ୟତୀତ ଆରବିଆଇ କହିଛି ଯେ, କ୍ରେଡିଟ୍ ଆର୍ବିଟ୍ରେସନ୍ ପ୍ରକ୍ରିୟାରେ ଲୋନ୍ ସେବା ପ୍ରଦାନକାରୀ (ଏଲଏସପି) କୁ ଦିଆଯିବାକୁ ଥିବା ଦେୟ ଲୋନ୍ ନେଇଥିବା ଲୋକଙ୍କୁ ନୁହେଁ, ବରଂ ଡିଜିଟାଲ ଲୋନ୍ ଦେଉଥିବା ସଂସ୍ଥାକୁ କରିବାକୁ ଦରକାର ।

ଡିଜିଟାଲ ଲୋନ୍ ପାଇଁ ଆରବିଆଇ ବିସ୍ତୃତ ଗାଇଡଲାଇନ୍ ଜାରି କରିଛି, ଯେଉଁଥିରେ ମୁଖ୍ୟତଃ ତୃତୀୟ ପକ୍ଷ ସହଭାଗୀତା, ଭୁଲ ବିକ୍ରି, ତଥ୍ୟ ଗୋପନୀୟତାର ଉଲ୍ଲଂଘନ, ଅନୁଚିତ ବ୍ୟବସାୟିକ ଆଚରଣ, ଅତ୍ୟଧିକ ସୁଧ ହାର ଏବଂ ଅନୈତିକ ପୁନରୁଦ୍ଧାର ଅଭ୍ୟାସ ସମ୍ବନ୍ଧରେ ଉଲ୍ଲେଖ କରିଛି ।

ଏହା ବ୍ୟତୀତ କେବଳ ରେଗୁଲେଟେଡ କମ୍ପାନୀଗୁଡିକ ଗ୍ରାହକଙ୍କୁ ଡିଜିଟାଲ୍ ଲୋନ୍ ଦେବାରେ ସକ୍ଷମ ହେବେ । ଆରବିଆଇ ପକ୍ଷରୁ କୁହାଯାଇଥିଲା ଯେ, କମ୍ପାନୀମାନଙ୍କୁ ଲୋନ୍ ଦେବାରେ ଅନେକ ମାନଦଣ୍ଡ ପୂରଣ କରିବାକୁ ପଡ଼ିବ । ଲୋନ୍ ଆବେଦନ ସମୟରେ କମ୍ପାନୀଗୁଡିକ ସମସ୍ତ ପ୍ରକାରର ଦେୟ ବିଷୟରେ ଗ୍ରାହକଙ୍କୁ ଜଣାଇବାକୁ ପଡିବ ।

Leave a Reply

Your email address will not be published. Required fields are marked *