ଭୁବନେଶ୍ୱର: ଟ୍ୱିନସିଟି ପୋଲିସ କବଜାରେ ୭ ହାଇପ୍ରୋଫାଇଲ ସାଇବର ଲୁଟେରା । ଏମାନେ ଅପରାଧୀମାନଙ୍କୁ ସିମ୍ କାର୍ଡ ଯୋଗାଇ ଆସୁଥିବା ଜଣାପଡିଛି । ମିଛ ତଥ୍ୟ ଦେଇ ଏମାନେ ଏହି ଅପରାଧିକ କାମ କରିଆସୁଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ସହିଦ ନଗର ଥାନାରେ ରୁଜୁ ହୋଇଥିବା ଏକ ମାମଲାର ତଦନ୍ତ ବେଳେ ଏହି ହାଇପ୍ରୋଫାଇଲ ଲୁଟେରାଙ୍କ ଟେର୍ ପାଇଥିଲା ପୋଲିସ । ଏମମାନଙ୍କଠାରୁ ୧୧୦ ମୋବାଇଲ, ୧୭ ହଜାର ସିମ୍ କାର୍ଡ ଜବତ ହୋଇଛି।
ଡିଜିଙ୍କ ସୂଚନା ଅନୁଯାୟୀ, ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୫ ଜଣ ସିମ୍ ବିକ୍ରି କରୁଥିବା ବେଳେ ଅନ୍ୟ ଦୁଇଜଣ ଏକ ଘରୋଇ ଟେଲିକମ୍ କମ୍ପାନିର କର୍ମଚାରୀ । ଏମାନେ ପ୍ରି-ଆକ୍ଟିଭେଟେଡ୍ ସିମ୍ ଜରିଆରେ ଅପରାଧିକ କାର୍ୟ୍ୟ କରୁଥିଲେ। ଅପରାଧୀମାନେ ଠକେଇ କରିବା ପରେ ସିମ୍ ଗୁଡ଼ିକୁ ନଷ୍ଟ କରି ଦେଉଥିଲେ ଜଣାପଡିଛି ।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ କହିବାନୁଯାୟୀ, ଏହି ଗ୍ୟାଙ୍ଗ ପ୍ରି-ଆକ୍ଟିଭେଟେଡ ସିମ୍ କରି ଓଡ଼ିଶା ବାହାରକୁ ପଠାଯାଉଥିଲା। ତେବେ ଏସବୁ ସିମ୍ ନେଇ ଓଡ଼ିଶା ଭିତରେ କିଛି ଅପରାଧ ହୋଇନାହିଁ। ଓଡ଼ିଶା ବାହାରେ ସାଇବର ଅପରାଧ ଘଟାଯାଉଥିଲା। ଏ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।