ଆଜିଠୁ ଆରମ୍ଭ କେବିସି ସିଜିନ ୧୩ ପାଇଁ ପଞ୍ଜୀକରଣ

Top Storise ଦେଶ- ବିଦେଶ ମନୋରଞ୍ଜନ

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ଆସୁଛି ବିଗ୍‌ ବିଙ୍କ କୌନ ବନେଗା କରୋଡ୍‌ପତି ସିଜିନ ୧୩। ଏଥିପାଇଁ ପଞ୍ଜୀକରଣ ଆଜିଠୁ ଆରମ୍ଭ ହେଉଛି। ଆଜି ରାତି ୯ଟାରୁ ଏଥିପାଇଁ ପଞ୍ଜୀକରଣ କରିପାରିବେ। ଦ୍ୱାଦଶ ଥର ପାଇଁ ଏହି ଶୋ’କୁ ହୋଷ୍ଟ କରିବେ ଅମିତାଭ ବଚ୍ଚନ।

ସୋନିଲିଭ୍ ଆପ୍ ମାଧ୍ୟମରେ ପ୍ରତିଯୋଗୀମାନଙ୍କୁ ଚୟନ କରାଯିବ। ଗତ ବର୍ଷ ପରି, ଏହି ସିଜିନରେ  ମଧ୍ୟ ସମଗ୍ର ଚୟନ ପ୍ରକ୍ରିୟା ଅନଲାଇନ୍‌ରେ ହେବ।

ଆଜି ସୋନି ଟିଭିରେ ରାତି ୯ଟାରେ ଅମିତାଭ ବଚ୍ଚନ ତାଙ୍କର ପ୍ରଥମ ପ୍ରଶ୍ନ ପଚାରିବେ। ଏହା ପରେ ପ୍ରତି ରାତିରେ ଅମିତାଭଙ୍କ ଦ୍ୱାରା ଏକ ନୂତନ ପ୍ରଶ୍ନ ଉପସ୍ଥାପିତ ହେବ। କୌନ ବନେଗା କରୋଡ୍‌ପତି ୧୩ ପାଇଁ ପଞ୍ଜିକରଣ କରିବାକୁ, ପ୍ରାର୍ଥୀମାନଙ୍କୁ SMS କିମ୍ବା ସୋନିଲିଭ୍ ଆପ୍ ମାଧ୍ୟମରେ ଏହି ପ୍ରଶ୍ନର ସଠିକ୍ ଉତ୍ତର ଦେବାକୁ ପଡିବ।

ଆପଣ ସୋନିଲିଭ୍ ଅଫିସିଆଲ୍ ୱେବସାଇଟରୁ ସୋନିଲିଭ୍ ଆପ୍ ଡାଉନଲୋଡ୍ କରିପାରିବେ। ଗୁଗୁଲ୍ ପ୍ଲେ ଷ୍ଟୋର୍ କିମ୍ବା ଆପଲ୍ ଷ୍ଟୋର୍‌ରେ ମଧ୍ୟ ଏହି ଆପ୍ ଉପଲବ୍ଧ।

Leave a Reply

Your email address will not be published. Required fields are marked *