ଭୁବନେଶ୍ୱର: କରୋନା ସେକେଣ୍ଡ ଓ୍ୱେଭରେ ଆଜିଠୁ ରାଜ୍ୟବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍ ଆରମ୍ଭ ହୋଇଛି । ଜୁନ୍ 1 ତାରିଖ ଯାଏ ବଳବତ୍ତର ରହିବ । ବର୍ଦ୍ଧିତ ଲକ୍ଡାଉନ୍ରେ ନିୟମିତ ‘ମୋ ବସ୍’ ସେବା ବନ୍ଦ ରହିବ । ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କହିଛି କ୍ରୁଟ୍ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ।
ତେବେ ରେଲୱେ ଷ୍ଟେସନରୁ କଟକ ଓ ଖୋର୍ଦ୍ଧାକୁ ‘ମୋ ବସ୍’ ଚାଲିବ । ଏୟାରପୋର୍ଟରୁ ରେଲୱେ ଷ୍ଟେସନ ପର୍ଯ୍ୟନ୍ତ ସଟଲ୍ ସର୍ଭିସ ଜାରି ରହିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି ।