ଢେଙ୍କାନାଳ: ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ। ବାପାକୁ ହତ୍ୟା କରିଛି ନିଜ ଜନ୍ମ କଲା ପୁଅ। ସମ୍ପତ୍ତି ଯୋଗୁ ପାଟି ତୁଣ୍ଡ ହୋଇଥିବା ବଙ୍କଳ ଉତ୍ତ୍ୟକ୍ତ ହୋଇ ନିଜ ବାପାକୁ ନିର୍ମର୍ମ ଭାବେ ହତ୍ୟା କରିଛି ପୁଅ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଟାଉନ୍ ନିକଟ କୋରିଆଁ କାଳୀସାହିରେ ।
କୋରିଆଁ କାଳୀସାହିରେ ସମ୍ପତ୍ତି ପାଇଁ ବୃଦ୍ଧ ବାପା ତ୍ରିଲୋଚନ ପ୍ରଧାନଙ୍କୁ ହତ୍ୟା କରିଛି ପୁଅ । ଏହାପରେ ବାପାଙ୍କୁ ପୋଡ଼ି ଦେବାକୁ ଉଦ୍ୟମ ବେଳେ ମୃତଦେହକୁ ମଶାଣୀରୁ ଜବତ କରିଛି ଟାଉନ୍ ଥାନା ପୋଲିସ । ହତ୍ୟା ଅଭିଯୋଗରେ ପୁଅ ପ୍ରକାଶ ପ୍ରଧାନଙ୍କୁ ଅଟକ ରଖି ଛାନ୍ଭିନ୍ ଜାରି ରଖିଛି ପୋଲିସ ।
ତେବେ ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନିଆଯାଇପାରେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେହିପରି ହତ୍ୟା ଖବର ଶୁଣି ଭୟର ବାତାବରଣ ସୃଷ୍ଟି ହୋଇଯାଇଛି । ତୁରନ୍ତ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।