ଘୁଞ୍ଚିଲା ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ ଡେଟ୍‌

Top Storise ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: ଘୁଞ୍ଚିଲା ଫିଲ୍ମ ଆର୍‌ଆର୍‌ଆର୍‌ର ରିଲିଜ ଡେଟ୍‌। ରାମ ଚରଣ ଏବଂ ଜେଆର୍‌ ଏନ୍‌ଟିଆର୍‌ ଅଭିନୀତ ଫିଲ୍ମ ଆରଆରଆର ଏହାର ନିର୍ଦ୍ଧାରିତ ତାରିଖରେ ରିଲିଜ୍ ହେବ ନାହିଁ। ଏନେଇ ନିର୍ମାତାମାନେ ଆଜି ନିଶ୍ଚିତ କରିଛନ୍ତି।ଫିଲ୍ମ ଅକ୍ଟୋବର ୧୩ ରେ ରିଲିଜ୍ ହେବ ନାହିଁ।

କୋଭିଡ୍-୧୯ କାରଣରୁ ପ୍ରେକ୍ଷାଳୟ ବନ୍ଦ ଥିବାରୁ ସେମାନେ ଏହାକୁ ବିଳମ୍ବ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ବିବୃତ୍ତିରେ ନିର୍ମାତାମାନେ ପ୍ରତିଶ୍ରୁତି ଦେଇଛନ୍ତି ଯେ ଏହି ଚଳଚ୍ଚିତ୍ର ଶୀଘ୍ର ମୁକ୍ତିଲାଭ କରିବ।

ରାମ ଚରଣ ଏବଂ ଜେଆର୍‌ ଏନ୍‌ଟିଆର୍‌ର ପ୍ରଶଂସକମାନେ ଫିଲ୍ମ ରିଜକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି।ତେବେ ନିର୍ମାତାମାନେ ଫିଲ୍ମ ରିଲିଜକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବାରୁ ସେମାନେ ନିରାଶ ହୋଇଥିବା ଜଣାପଡ଼ିଛି। ବିଗ୍‌ ବଜେଟ୍‌ ମୁଭି ଆର୍‌ଆର୍‌ଆର୍‌ ଅକ୍ଟୋବର ୧୩ରେ ରିଲିଜ୍ ହେବାର ଥିଲା କିନ୍ତୁ ତାହା ବର୍ତ୍ତମାନ ବିଳମ୍ବରେ ରିଲିଜ କରିବ। ତେବେ ଏପର୍ଯ୍ୟନ୍ତ ନୂଆ ରିଲିଜ ଡେଟ୍‌ କୌଣସି ଖବର ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *