୧୦୦୦ ଲୋକଙ୍କୁ ଛଟେଇ କରିବ ରିଲାଏନ୍ସ! ଦଶ ହଜାର କର୍ମଚାରୀଙ୍କ ମୁଣ୍ଡ ଉପରେ ଝୁଲୁଛି ଖଣ୍ଡା

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଭାରତର ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଏକ କମ୍ପାନୀ ବଡ଼ ଛଟେଇ କରିବାକୁ ପ୍ରସ୍ତୁତ ହେଉଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ର ସହାୟକ କମ୍ପାନୀ ରିଲାଏନ୍ସ ଜିଓମାର୍ଟ ୧୦୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଏହାବାଦ ପ୍ରାୟ ୧୦,୦୦୦ ଲୋକଙ୍କ ଚାକିରୀ ଏବେ ବିପଦରେ ପଡିଛି। ଇକୋନୋମିକ୍ସ ଟାଇମ୍ସ ଏହି ରିପୋର୍ଟ କରିଛି। ତେବେ ଏହି ଖବର ଏପରି ସମୟରେ ଆସିଛି ଯେତେବେଳେ ରିଲାଏନ୍ସ ରିଟେଲ କିଛି ଦିନ ପୂର୍ବରୁ ‘ମେଟ୍ରୋ କ୍ୟାଶ ଏବଂ କ୍ୟାରି’ ହାସଲ କରିଛି। ଗତ ବର୍ଷ ମୂଲ୍ୟକୁ ନେଇ କମ୍ପାନୀଗୁଡିକ ମଧ୍ୟରେ ବାଣିଜ୍ୟ ପ୍ରତିଯୋଗିତା ହେତୁ ରିଲାଏନ୍ସ ଜିଓ ମାର୍ଟ ସର୍ବାଧିକ ଲାଭ କରିବା ଉପରେ ଧ୍ୟାନ ଦେଇଥିଲା।

ଇକୋନୋମିକ୍ସ ଟାଇମ୍ସ ରିପୋର୍ଟ ଅନୁଯାୟୀ, ଜିଓମାର୍ଟର ହୋଲସେଲ ଡିଭିଜନରେ ଥିବା ୧୫,୦୦୦ ଲୋକଙ୍କ ଦୁଇ ଚତୁର୍ଥାଂଶ ଆସନ୍ତା କିଛି ସପ୍ତାହ ମଧ୍ୟରେ ଛଟେଇ ହୋଇପାରେ। ଏଥି ସହିତ, କିଛି କର୍ମଚାରୀଙ୍କୁ କାର୍ଯ୍ୟଦକ୍ଷତା ଉନ୍ନତି ପ୍ରକ୍ରିୟାରେ ରଖାଯାଇଛି। ରିପୋର୍ଟ ଅନୁଯାୟୀ, ଛଟେଇ ହୋଇଥିବା ଅଧିକାଂଶ କର୍ମଚାରୀ ସେଲସ୍ ଟିମରେ ଥିଲେ। ତେବେ ଏହି ସମଗ୍ର ପ୍ରସଙ୍ଗରେ ଏପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ କୌଣସି ଅଫିସିଆଲ ସୂଚନା ପ୍ରକାଶ କରାଯାଇ ନାହିଁ।

ନିକଟରେ ରିଲାଏନ୍ସ ରିଟେଲ ‘ମେଟ୍ରୋ କ୍ୟାଶ ଆଣ୍ଡ କ୍ୟାରି’ର ଭାରତ ବ୍ୟବସାୟକୁ ୨୮୫୦ କୋଟିରେ କିଣିଛି। କମ୍ପାନୀ ଏହାର କ୍ଲିୟରାନ୍ସ ମଧ୍ୟ ପାଇଛି। ‘ମେଟ୍ରୋ କ୍ୟାଶ୍ ଆଣ୍ଡ୍ କ୍ୟାରି’ ଭାରତରେ ପ୍ରାୟ ୩ ମିଲିୟନ୍ ଗ୍ରାହକଙ୍କ ପାଖରେ ଉପସ୍ଥିତି ରହିଛି। ବର୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ୠଗଉଏ କ୍ଷେତ୍ର ଉପରେ ନଜର ରଖିଛି। କମ୍ପାନୀ ଏହି କ୍ଷେତ୍ରରେ ଖୁବ ଶୀଘ୍ର ଉପସ୍ଥିତି ଜାହିର କରିବାକୁ ନଜର ରଖିଛି।

ଛଟେଇ ବ୍ୟତୀତ ଜିଓମାର୍ଟ ମଧ୍ୟ ୧୫୦ ରୁ ଅଧିକ ବିକ୍ରୟ କେନ୍ଦ୍ର ବନ୍ଦ କରିବାକୁ ଯୋଜନା କରୁଛି। ଯାହାର ବର୍ତ୍ତମାନ ୩୫୦୦ କର୍ମଚାରୀ ଅଛନ୍ତି। ସେହିଭଳି ରିଲାଏନ୍ସ ଜିଓ ମାର୍ଟ ସମାନ ଭୂମିକାରେ ୧ ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ଚାହୁଁନାହିଁ।

Leave a Reply

Your email address will not be published. Required fields are marked *