ଉତ୍କଳ କନିକା ଗ୍ୟାଲେରିଆ ମଲରେ ସାଧାରଣତନ୍ତ୍ର ଦିବସ

Top Storise ରାଜ୍ୟ

ଭୁବନେଶ୍ବର: କଳ୍ପନା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଉତ୍କଳ ଗ୍ରୁପର ସହ ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଭଁଓ୍ବରଲାଲ ବୈଦ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଶ୍ରୀ ବୈଦ ଜଣେ ପରଉପକାରୀ, ସାମାଜିକ କର୍ମୀ ଏବଂ ସମଗ୍ର ଭାରତରେ ଜୈନ ସମ୍ପ୍ରଦାୟ ପାଇଁ କାମ କରିଛନ୍ତି |
ଏହି ଅବସରରେ ସେ କହିଥିଲେ ୨୬ ଜାନୁଆରୀ ହେଉଛି ଭାରତର ଏକ ଉଲ୍ଲେଖନୀୟ ଶୁଭ ଐତିହାସିକ ଦିବସ। ଏକ ରାଷ୍ଟ୍ର ଭାବରେ ଏହି ଦିନ ଆମେ ଆମର ସମ୍ବିଧାନ କାର୍ଯ୍ୟକାରୀ କରିଥିଲୁ। ଏହି ଦିନଟିକୁ ପ୍ରତ୍ୟେକ ସ୍ଥାନରେ ଭାରତର ଗଣତନ୍ତ୍ର ଦିବସ ଭାବରେ ପାଳନ କରାଯାଏ| ଦେଶ ମାତୃକାର ସେବା ପାଇଁ ସମସ୍ତେ ଆଗେଇ ଆସିବାକୁ ଶ୍ରୀ ବୈଦ ଆହ୍ବାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଲଡର’ର ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ, ନିର୍ଦ୍ଦେଶକ ଅମିତ୍ ବୈଦ, ମଲ’ର ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦଙ୍କ ସହ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ।

Leave a Reply

Your email address will not be published. Required fields are marked *