ରେଟିରୋ ପାର୍କକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା

Top Storise ଦେଶ- ବିଦେଶ

ମାଡ୍ରିଡ୍‌: ୟୁନେସ୍କୋର ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ୍‌ ହେଲା ରେଟିରୋ ପାର୍କ। ମାଡ୍ରିଡ୍‌ର ରେଟିରୋ ପାର୍କକୁ ମିଳିଲା ବିଶ୍ୱ ଐତିହ୍ୟସ୍ଥଳର ମାନ୍ୟତା। ରେଟିରୋ ପାର୍କ ସ୍ପେନ୍‌ର ରାଜଧାନୀ ମାଡ୍ରିଡର ମଧ୍ୟ ଭାଗରେ ୧.୨ ବର୍ଗ କିଲୋମିଟରେ ପ୍ରସାରିତ ହୋଇ ରହିଛି। ବୁଲଭାର୍ଡ ୧୬ ଶହ ଶତାବ୍ଦୀରୁ ଆରମ୍ଭ ହୋଇଥିଲା। ପାର୍କଟି ୧୬ ଶହ ଶତାବ୍ଦୀରେ ରାଜକୀୟ ବ୍ୟବହାର ପାଇଁ ଥିଲା ଯାହା ୧୮୪୮ ମସିହାରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥିଲା।

ଲୋକମାନେ ରେଟିରୋ ପାର୍କରେ କିଙ୍ଗ ଆଲଫୋନସୋ ଦ୍ବାଦଶଙ୍କ ସ୍ମାରକୀ ସାମ୍ନାରେ ଥିବା ହ୍ରଦରେ ଆନନ୍ଦରେ ଡଙ୍ଗା ଚଳାନ୍ତି। ୟୁନେସ୍କୋ ତାଲିକାରେ ଏହି ପାର୍କ ୪୯ ତମ ସ୍ଥାନରେ ରହିଛି।

Leave a Reply

Your email address will not be published. Required fields are marked *