କାମକୁ ଫେରିଲେ ବିବାହିତା ଆଲିଆ , ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଲେ

ମନୋରଞ୍ଜନ

ମୁମ୍ବାଇ : କପୁଲ ପରିବାରର ବୋହୂ ହୋଇଛନ୍ତି ଆଲିଆ ।  ରଣବୀର କପୁର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆଲିଆ । ହେଲେ ବିବାହର ୫ ଦିନ ପରେ ଆଲିଆ ଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଆଲିଆ ନିଜର କୌଣସି ପ୍ରୋଜେକ୍ଟକୁ ନେଇ କାମକୁ ଯାଉଥିବା ଖବର ସାମ୍ନାକୁ ଆସିଛି । ଏହି ସମୟରେ ଆଲିଆ ପିଙ୍କ୍ କଲରର ସାଲୁଆର ସୁଟ୍ ପିନ୍ଧିଥିବା ଦେଖିବାକୁ ମିଳିଥିଲା ।ଏହା ସହିତ ଆଲିଆ ଏକ କଲରଫୁଲ୍ ହ୍ୟାଣ୍ଡ ବ୍ୟାଗ ମଧ୍ୟ ଧରିଥିବା ନଜର ଆସିଥିଲେ । ଯାହାକ କିଛି ଫଟୋ ଏବଂ ଭଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

https://www.instagram.com/reel/CchfqfJJMVZ/embed/captioned/?cr=1&v=14&wp=656&rd=https%3A%2F%2Fodishasambad.in&rp=%2Falia-bhatt-makes-first-post-wedding-appearance-as-she-resumes-work%2F#%7B%22ci%22%3A0%2C%22os%22%3A2376.600000023842%2C%22ls%22%3A696.3999999761581%2C%22le%22%3A1993.2000000476837%7D

ବିବାହ ପରର ବାହାରକୁ ଯିବାର ଏହା ହେଉଛି ଆଲିଆଙ୍କ ପ୍ରଥମ ଲୁକ୍ । ଏୟାରପୋର୍ଟର ଏକ ପ୍ରାଇଭେଟ ସାଇଡରେ ଆଲିଆଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ମିଡିଆ ସାମ୍ନାରେ କିଛି ପୋଜ୍ ଦେଇଥିଲେ ଆଲିଆ । ବଲିଉଡର ନବ ବିବାହିତା ଆଲିଆଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଛାଇ ଗଲାଣି । ବିବାହ ପରେ ଆଲିଆଙ୍କ ସିମ୍ପୁଲ୍ ଗେଟଅପକୁ ଖୁବ୍ ପ୍ରଶଂସା କରୁଛନ୍ତି ଫ୍ୟାନ୍ ମାନେ ।

Leave a Reply

Your email address will not be published. Required fields are marked *