କେନ୍ଦ୍ରୀୟ ପ୍ରତିନିଧି ଦଳର ବାତ୍ୟା ସମୀକ୍ଷା

Top Storise ରାଜ୍ୟ

ବାଲେଶ୍ଵର: ବାଲେଶ୍ଵରରେ ବାତ୍ୟା ସମୀକ୍ଷା । ଏ ନେଇ ପାଇଁ ବାଲେଶ୍ଵରରେ ପହଂଚିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। ସକାଳେ ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ଏକ ଚାରି ଜଣିଆ ଟିମ ପହଞ୍ଚି ସର୍କିଟ ହାଉସରେ ପହଞ୍ଚିଥିଲେ। ସେଠାରୁ ପ୍ରତିନିଧି ଦଳ ସଦର ବ୍ଲକ ସାର୍ଥାରୁ ନେଇ ଚାନ୍ଦିପୁର, ବଳରାମଗଡ଼ି ବାତ୍ୟା ଅଞ୍ଚଳର ପରିଦର୍ଶନ କରିବା ପରେ ବାହାନଗା ଓ ସୋର ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ।।

ଏହି ଟିମରେ ଟିମ ଲିଡର ଯଏଣ୍ଟ ସେକ୍ରେଟାରୀ ସୁନୀଲ ବର୍ଣ୍ଣୱାଲ ଥିବା ବେଳେ କୈଳାସ କୁମାର, ଶିଶିର ପ୍ରଧାନ ଓ ଦିଗାମ୍ବର ସ୍ବାଇଁ ପ୍ରମୁଖ ବାତ୍ୟା ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଟିମ ବାତ୍ୟାଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତି ବୁଝିଛନ୍ତି । ତେବେ ପରିଦର୍ଶନ ସାରିବା ପରେ ଯାଇ ରିପୋର୍ଟ ସଂଗ୍ରହ କରି ସରକାରଙ୍କୁ ପ୍ରଦାନ କରିବେ।

Leave a Reply

Your email address will not be published. Required fields are marked *