ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ (Ricky Ponting) ଟେଷ୍ଟ କ୍ରିକେଟର ଶୀର୍ଷ ୫ ଶ୍ରେଷ୍ଠ ବ୍ୟାଟସମ୍ୟାନଙ୍କୁ ବାଛିଛନ୍ତି, ଯେଉଁଥିରେ ସେ ଭାରତରୁ ଦୁଇଜଣ, ୱେଷ୍ଟଇଣ୍ଡିଜରୁ ଜଣେ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡରୁ ଜଣେ ଜଣେ ବ୍ୟାଟସମ୍ୟାନଙ୍କୁ ଚୟନ କରିଛନ୍ତି।
ଏକ ସାକ୍ଷାତକାରରେ ପଣ୍ଟିଂ ବିଶ୍ୱର ଶ୍ରେଷ୍ଠ ପାଞ୍ଚ ବ୍ୟାଟସମ୍ୟାନଙ୍କ ବିଷୟରେ ନିଜର ମତ ପ୍ରକାଶ କରିଛନ୍ତି। ପ୍ରଥମ ନମ୍ବରରେ ପଣ୍ଟିଂ ୱେଷ୍ଟଇଣ୍ଡିଜର ମହାନ ବ୍ୟାଟସମ୍ୟାନ ବ୍ରାୟାନ ଲାରାଙ୍କୁ ଚୟନ କରିଛନ୍ତି। ଲାରାଙ୍କ ବିଷୟରେ ପଣ୍ଟିଂ କହିଛନ୍ତି, “ସେ ମୋ ବିରୁଦ୍ଧରେ ଖେଳିଥିବା ସବୁଠାରୁ ଦକ୍ଷ ବ୍ୟାଟସମ୍ୟାନ ଥିଲେ।
ଏହା ବ୍ୟତୀତ ପଣ୍ଟିଂ ଭାରତରୁ ସଚିନ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡ଼ଙ୍କୁ ଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବେ ଚୟନ କରିଛନ୍ତି। ପଣ୍ଟିଂ ଉଭୟ ବ୍ୟାଟସମ୍ୟାନଙ୍କୁ ଟେକ୍ନିକାଲ ଦୃଷ୍ଟିରୁ ନିଖୁଣ ବୋଲି ବର୍ଣ୍ଣନା କରିଛନ୍ତି।
ପଣ୍ଟିଂ ବର୍ତ୍ତମାନର କ୍ରିକେଟରମାନଙ୍କ ମଧ୍ୟରୁ ଜୋ ରୁଟ ଏବଂ କେନ ୱିଲିୟମସନଙ୍କୁ ମଧ୍ୟ ତାଙ୍କ ତାଲିକାରେ ସାମିଲ କରିଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ପଣ୍ଟିଂ ବିରାଟ କୋହଲିଙ୍କୁ ଚୟନ କରି ନାହାନ୍ତି।
ପଣ୍ଟିଂ ଜୋ ରୁଟଙ୍କର ଖୁବ୍ ପ୍ରଶଂସା କରିଛନ୍ତି। ରୁଟଙ୍କ ବିଷୟରେ ପଣ୍ଟିଂ କହିଛନ୍ତି, “ଗତ ୫ ବର୍ଷରେ ସେ ଯାହା କରିଛନ୍ତି, ତାହା ଅସାଧାରଣ।

