ରିତେଶ, ଜେନେଲିଆ, ସୋନାକ୍ଷୀ ନେଲେ ପ୍ରଥମ ଡୋଜ୍‌ କରୋନା ଟିକା

Top Storise ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: କରୋନାର ଦ୍ବିତୀୟ ତରଙ୍ଗ ଯୋଗୁ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି। ସେହିପରି ଟିକାକରଣ ପ୍ରକ୍ରିୟା ମଧ୍ୟ ଜୋର୍‌ସୋରରେ ଚାଲିଛି। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଟିକା ନେଉଛନ୍ତି ଏବଂ ଅନ୍ୟମାନଙ୍କୁ ଟିକା ନେବାକୁ ଉତ୍ସାହିତ ମଧ୍ୟ କରୁଛନ୍ତି।

ଆଜି ବଲିଉଡ୍‌ ଅଭିନେତା ରିତେଶ ଦେଶମୁଖ, ଜେନେଲିଆ ଡି’ସୁଜା ଏବଂ ସୋନାକ୍ଷୀ ସିହ୍ନା ପ୍ରଥମ ଡୋଜ୍ ଟିକା ନେଇଛନ୍ତି। ଇନଷ୍ଟାଗ୍ରାମରେ ଟିକା ର ପ୍ରଥମ ଡୋଜ୍‌ ଗ୍ରହଣ କରିବାର ଫଟୋ ମଧ୍ୟ ସେୟାର କରାଯାଇଛି। ଏହାସହିତ ସେମାନେ ଟିକା ନେବାକୁ ପ୍ରଶଂସକମାନଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *