ବିବାହ ସମୟରେ ୮ଥର ଜେନେଲିଆଙ୍କ ପାଦ ଛୁଇଁଥିଲେ ରିତେଶ

Top Storise ଦେଶ- ବିଦେଶ ମନୋରଞ୍ଜନ

ମୁମ୍ବାଇ: ବିବାହ ବେଳେ ୮ ଥର ଜେନେଲିଆଙ୍କ ପାଦ ଛୁଇଁଥିଲେ ରିତେଶ। ସୋନିରେ ପ୍ରସାରିତ ହେଉଥିବା ରିୟାଲିଟି ଶୋ ସୁପର ଡାନ୍ସର୍ ୪ରେ ସ୍ପେଶାଲ୍‌ ଗେଷ୍ଟ ଭାବେ ଆସିଥିବା ରିତେଶ ଓ ଜେନେଲିଆ ଏହାର ଖୁଲାସା କରିଛନ୍ତି।

ଡାନ୍ସିଙ୍ଗ୍‌ ରିଆଲିଟି ସୋ’ର ଆଗାମୀ ଏପିସୋଡ୍ ଏକ ବିବାହ ଥିମ୍ ଉପରେ ଆଧାରିତ। ଏଥିରେ ରିତେଶ ଓ ଜେନେଲିଆ ସ୍ପେଶାଲ୍‌ ଗେଷ୍ଟ ଭାବେ ଆସିଛନ୍ତି।

ଏହି ସମୟରେ ଜେନେଲିଆ କହିଛନ୍ତି ଯେ ମୁଁ ପାରମ୍ପାରିକ ବିବାହକୁ ଭଲପାଏ। ପ୍ରତ୍ୟେକ ସମାରୋହ ମୋ ପାଇଁ ବେଶ୍‌ ନିଆରା ଥିଲା। ଏବଂ ମୋର ବିଦାଇ ସମୟରେ ମଧ୍ୟ ମୁଁ ଅତ୍ୟନ୍ତ ଭାବପ୍ରବଣ ହୋଇପଡ଼ିଥିଲି।

ଜେନେଲିଆ ଆହୁରି ମଧ୍ୟ କହିଛନ୍ତି ଯେ, ବିବାହ ସମୟରେ ରିତେଶ ତାଙ୍କ ପାଦକୁ ଆଠଥର ଛୁଇଁଥିଲେ। ” କାରଣ ଏହା ଏହି ପରମ୍ପରା ମହାରାଷ୍ଟ୍ର ବିବାହର ଏକ ଅଂଶ ଥିଲା। ଯେଉଁଥିପାଇଁ ରିତେଶ ଅଭ୍ୟାସ ପାଇଁ ଜେନେଲିଆଙ୍କ ପାଦକୁ ୮ ଥର ଛୁଇଁତିଲେ।

Leave a Reply

Your email address will not be published. Required fields are marked *