ଏଣିକି ଦୋକାନରୁ ଖାଦ୍ୟ ସାମଗ୍ରୀ ମଧ୍ୟ ଆଣିପାରିବ ରୋବଟ୍‌!

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲୋନ୍ ମସ୍କ କହିଛନ୍ତି ଯେ ଇଲେକ୍ଟ୍ରିକ୍ ଅଟୋମେକର୍ ବୋଧହୁଏ ଆସନ୍ତା ବର୍ଷ ଏକ “ଟେସଲା ବୋଟ୍” ହ୍ୟୁମାନୋଇଡ୍ ରୋବଟ୍ ଲଞ୍ଚ କରିବ। ଯାହା ଲୋକେ କରିବାକୁ ପସନ୍ଦ କରନ୍ତି ନାହିଁ ସେହି କାର୍ଯ୍ୟ କରିବାକୁ ଏହି ସ୍ବତନ୍ତ୍ର ରୋବଟ୍‌ର ଡିଜାଇନ୍‌ କରାଯାଇଛି।

‌ସେ କହିଛନ୍ତି ଯେ ଏହି ରୋବଟ୍‌ର ଲମ୍ବା ୫ ଫୁଟ୍‌ ୮ ଇଞ୍ଚ। ଏହା ବିଶେଷ କରି ଦୋକାନରୁ ଖାଦ୍ୟ ସାମଗ୍ରୀ ଆଣିବାରେ ସକ୍ଷମ ହେବ।

ଏହାର ବ୍ୟବହାର ଅର୍ଥନୀତି ଉପରେ ଭଲ ପ୍ରଭାବ ପକାଇବ ବୋଲି ମସ୍କ କହିଛନ୍ତି। ‘ଟେସଲା ବଟ୍’, ପ୍ରୋଟୋଟାଇପ୍ ଆସନ୍ତା ବର୍ଷ ଉପଲବ୍ଧ ହୋଇପାରେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *