ମ୍ୟାଚ୍‌ ଅଧାରୁ ହସ୍ପିଟାଲ ଗଲେ ରୋହିତ ଶର୍ମା, ଜାଣନ୍ତୁ କାରଣ

Top Storise କ୍ରୀଡ଼ା

ମୀରପୁର: ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତକୁ ଲାଗିଛି ବଡ଼ ଝଟକା। ମ୍ୟାଚ୍ ଅଧାରୁ ହସ୍ପିଟାଲ ଯାଇଛନ୍ତି ଦଳର ଅଧିନାୟକ ରୋହିତ ଶର୍ମା। ସ୍ଲିପରେ ଫିଲ୍ଡିଂ କରିଥିବା ବେଳେ ରୋହିତ ଗୋଟିଏ କ୍ୟାଚ୍‌ ନେବାକୁ ଚେଷ୍ଟା କରିଥିଲେ। ହେଲେ ବଲଟି ତାଙ୍କ ବାମ ହାତର ବୁଢ଼ା ଅଙ୍ଗୁଳିରେ ଜୋରରେ ମାଡ଼ ହୋଇଥିଲା। ଏଥିଯୋଗୁ ରୋହିତ ଯନ୍ତ୍ରଣା ଅନୁଭବ କରିଥିଲେ।

ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ମ୍ୟାଚ୍‌ ଅଧାରୁ ହିଁ ରୋହିତ ଶର୍ମାଙ୍କୁ ଏକ୍ସ-ରେ ପାଇଁ ଢାକା ହସ୍ପିଟାଲ ଯିବାକୁ ପଡ଼ିଛି।

ବାଂଲାଦେଶ ଇନିଂସର ଦ୍ୱିତୀୟ ଓଭରରେ ପୂରା ଘଟଣା ଘଟିଥିଲା। ମହମ୍ମଦ ସିରାଜ ବୋଲିଂ କରୁଥିବା ବେଳେ ବ୍ୟାଟିଂ କରୁଥିଲେ ଅନମମୁଲ ହକ୍।

ତେବେ ବ୍ୟାଟ୍‌ର ଏଡଜ ହୋଇ ବଲ୍‌ଟି ସ୍ଲିପରେ ଫିଲ୍ଡିଂ କରିଥିବା ରୋହିତଙ୍କ ପାଖକୁ ଯାଇଥିଲା। ସେ ବଲକୁ କ୍ୟାଚ୍‌ କରିବା ପାଇଁ ଦୁଇଟି ଯାକ ହାତ ବଢ଼ାଇଥିଲେ ମଧ୍ୟ କ୍ୟାଚ୍‌ ଧରିପାରି ନଥିଲେ। ଏତିକି ବେଳେ ବଲ୍‌ଟି ତାଙ୍କୁ ବୁଢ଼ା ଅଙ୍ଗୁଳରେ ମାଡ଼ ହୋଇଥିଲେ। ଘଟଣା ପରେ ସେ ତୁରନ୍ତ ନିଜର ଚିକିତ୍ସା ପାଇଁ ଡ୍ରେସିଂ ରୁମକୁ ଯାଇଥିଲେ।

ସେଠାରୁ ସ୍କାନ ପାଇଁ ତାଙ୍କୁ ହସ୍ପିଟାଲ ଯିବାକୁ ପଡ଼ିଥିଲେ। ଦ୍ୱିତୀୟ ଓଭର ପରଠାରୁ ରୋହିତ ଆଉ ମୈଦାନକୁ ଫେରି ନାହାନ୍ତି। ତାଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଆଜି ଦଳର କମାଣ ସମ୍ଭାଳିଥିଲେ।

ରୋହିତଙ୍କ ଆହତ ସମସ୍ୟା ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ୫ମ ଓଭରରେ ଆଉ ଏକ ଝଟକା ଲାଗିଥିଲା। ଦ୍ରୁତ ବୋଲର ଦୀପକ ଚହର ମାଂସପେଶୀ ଜନିତ ସମସ୍ୟା ଯୋଗୁ ବାଂଲାଦେଶ ଇନିଂସର ୫ମ ଓଭରରେ ପଡ଼ିଆ ଛାଡ଼ିଥିଲେ। ସେ ମଧ୍ୟ ଆଉ ମୈଦାନକୁ ଓହ୍ଲାଇ ନାହାନ୍ତି। ଆହତ ହେବା ପୂର୍ବରୁ ସେ ମାତ୍ର ୩ ଓଭର ବୋଲିଂ କରିବାକୁ ସକ୍ଷମ ହୋଇଥିଲେ।

Leave a Reply

Your email address will not be published. Required fields are marked *