ଭାରତ-ପାକ ସୀମାରୁ ମିଳିଲା ୩.୧୫ କୋଟି ଟଙ୍କାର ହେରୋଇନ

Top Storise ଦେଶ- ବିଦେଶ

ଅଟାରୀ: ଭାରତ-ପାକିସ୍ତାନ ଅଟାରୀ ଇଂଟିଗ୍ରେଟେଡ ଚେକପୋଷ୍ଟ ନିକଟରେ ୩.୧୫ କୋଟି ଟଙ୍କାର ହେରୋଇନ ଜବତ ହୋଇଛି । ନିୟମିତ ଚେକିଂ ବେଳେ ସ୍ନିଫର କୁକୁର ଏକ କଳା ପ୍ୟାକେଟ ପାଇଥିଲା । ଏହାକୁ ଶୁଂଘିବା ପରେ ସେ ତାର ହ୍ୟାଣ୍ଡଲରକୁ ଦେଖି ଭୁକିବାକୁ ଲାଗିଥିଲା । ସିନିୟର ଅଧିକାରୀମାନେ ଆସି ଏହାର ତଦନ୍ତ କରିବା ପରେ ହେରୋଇନ ଥିବା ଜଣାପଡିଥିଲା ।

ଆଇସିପି ପରି ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ କିପରି ଏହି ପ୍ୟାକେଟ ଆସିଲା ସେ ନେଇ ତନଘନା ଆରମ୍ଭ ହୋଇଯାଇଛି । ଏବେ ଏହି ରାସ୍ତା ଦେଇ କେବଳ ଆଫଗାନିସ୍ତାନ ଟ୍ରକ ଯାତାୟତ କରୁଛି । ଫଳରେ ସନ୍ଦେହ ଏହା ଉପରକୁ ଯାଉଛି ବୋଲି ଜନୈକ ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *