କଟକ ମହାନଦୀ ବିହାରରେ ଉଦଘାଟିତ ହେଲା ରୁଚି-ଫ୍ରୋଜିଟର ଫୁଡ଼୍ ଆଉଟଲେଟ୍

Top Storise ରାଜ୍ୟ

କଟକ: କଟକ ମହାନଦୀ ବିହାର ଜଷ୍ଟିସ୍ ଛକ ନିକଟରେ ଉଦଘାଟିତ ହେଲା ରୁଚି ଫ୍ରୋଜିଟର ନୂତନ ତଥା ରୁଚିର ସର୍ବବୃହତ ଫୁଡ଼୍ ଆଉଟଲେଟ୍। ଓଡ଼ିଶାର ଅଗ୍ରଣୀ ମସଲା ଏବଂ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ଼୍ ଲାଇନ୍ ଟିଭି ଦ୍ୱାରା ଏହା ପରିଚାଳିତ। ଏହାକୁ ଉଦଘାଟନ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ଓ ଯୁବ ଅଭିନେତା ଶୁଭାଶିଷ ଶର୍ମା।

ସମ୍ମାନିତ ଅତିଥିଭାବେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ.ଶରତ କୁମାର ସାହୁ, ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ନିର୍ଦ୍ଦେଶକ ଅରବିନ୍ଦ ସାହୁ, ନିର୍ଦ୍ଦେଶିକା ସଲିନା ସାହୁ ଯୋଗଦେଇଥିଲେ। ରୁଚିର ନିର୍ଦ୍ଦେଶିକା ତଥା ଫ୍ରୋଜିଟର ମୁଖ୍ୟ ରଶ୍ମି ସାହୁଙ୍କ ଅଧ୍ୟକ୍ଷତାରେ ଉପସ୍ଥିତ ଅତିଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ନୂତନ ଫୁଡ଼ ଆଉଟଲେଟ୍ ପ୍ରକଳ୍ପ ଆମ ସମସ୍ତଙ୍କର ଏକ ସ୍ୱପ୍ନ ଥିଲା। ଯାହା ଏବେ ବାସ୍ତବତାର ରୂପ ନେଇଛି ବୋଲି ପ୍ରକାଶ କରିଥିଲେ ଶ୍ରୀମତି ସାହୁ। କଟକ ସହରବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି କହିଥିଲେ ଡ. ସାହୁ।

ଆଉଟଲେଟରେ ଭେଜ୍, ନନଭେଜ୍, ଜୁସ୍, କେକ୍, ସ୍ପିଙ୍ଗ୍ ରୋଲ, ପାସ୍ତା, ପାଉଁରୁଟି, କୁକିଜ ସହ ଗ୍ରୋସରୀ ଆଇଟମ୍ ମଧ୍ୟ ଉପଲବ୍ଧ। ରୁଚିର ବିଭିନ୍ନ ମସଲା ପାସ୍ତା ନୁଡ଼ୁଲ୍ ଫ୍ୟାମିଲି ପ୍ୟାକ୍ ଏବଂ ଅର୍ଗାନିକ୍ ଜିନିଷ ମଧ୍ୟ ରହିବ। ସାଧାରଣ ଲୋକେ ଖାଦ୍ୟ ଖାଇବା ସହ ବିଭିନ୍ନ ସାମଗ୍ରୀ ମଧ୍ୟ କିଣିପାରିବେ। ଉଦଘାଟନୀ ଅବସରରେ ଅଫରଭାବେ ସମସ୍ତଙ୍କୁ ୨୫ପ୍ରତିଶତ ରିହାତି ପ୍ରଦାନ କରାଯାଇଥିଲା।

Leave a Reply

Your email address will not be published. Required fields are marked *