ଆର୍ଯ୍ୟନ ଖାନଙ୍କ ପ୍ରଥମ ୱେବ ସିରିଜ ‘ଦ ବ୍ୟାଡ୍ସ ଅଫ୍ ବଲିଉଡ’ ର ପ୍ରିଭ୍ୟୁ ରିଲିଜ । ନିକଟରେ ଏହାର ପ୍ରଥମ ଲୁକ୍ ରିଲିଜ ହୋଇଥିଲା । ଶାହାରୁଖ ନିଜେ ତାଙ୍କ ପତ୍ନୀ ଗୌରୀଙ୍କ ସହ ବୁଧବାର ଏକ କାର୍ଯ୍ୟକ୍ରମରେ ପହଞ୍ଚି ଶୋ’ର ପ୍ରିଭ୍ୟୁ ଲଞ୍ଚ କରିଥିଲେ । ଆର୍ଯ୍ୟନ, ବବି ଦେଓଲ ଏବଂ ଲକ୍ଷ୍ୟଙ୍କ ସମେତ ଶୋ’ର ଷ୍ଟାରକାଷ୍ଟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ପ୍ରିଭ୍ୟୁ ଭିଡିଓ ଶାହରୁଖ ଖାନଙ୍କ ଭଏସ୍ ଓଭର ସହିତ ଆରମ୍ଭ ହୁଏ । ଭିଡିଓରେ, ଲକ୍ଷ୍ୟ ହାତରେ ଏକ ପିସ୍ତଲ ଧରି ଏକ ଆକ୍ସନ୍ ଅବତାରରେ ଏଣ୍ଟ୍ରି କରନ୍ତି । ଏହା ପରେ ମୋନା ସିଂ ନଜର ଆସିଛନ୍ତି । ଏହା ବ୍ୟତୀତ ସଲମାନ ଖାନ, ରଣବୀର ସିଂ ଏବଂ କରଣ ଜୋହରଙ୍କର ମଧ୍ୟ ଏକ କ୍ୟାମିଓ ଦେଖିବାକୁ ମିିଳିଛି । ଏଥିହ ପୁଅର ଏହି ଶୋ’ରେ ବାପା ଶାହରୁଖ ଖାନ ମଧ୍ୟ ଏକ କ୍ୟାମିଓ କରିବାକୁ ଯାଉଛନ୍ତି ।
‘ଦ ବ୍ୟାଡ୍ସ ଅଫ୍ ବଲିଉଡ୍’ ସହ ଆର୍ଯ୍ୟନ୍ ଖାନ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରୁଛନ୍ତି । ଏହି ଶୋ’ ମାଧ୍ୟମରେ ସେ ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେ ଏହାର କାହାଣୀ ମଧ୍ୟ ଲେଖିଛନ୍ତି । ଏହି ସିରିଜରେ ଲକ୍ଷ୍ୟ ମୁଖ୍ୟ ନାୟକ ଭୂମିକାରେ ନଜର ଆସିବେ । ବବି ଦେଓଲ ଲକ୍ଷ୍ୟଙ୍କ ପ୍ରେମିକାର ବାପା ଭୂମିକାରେ ନଜର ଆସିବେ । ରାଘବ ଜୁୟାଲ ଲକ୍ଷ୍ୟଙ୍କ ବନ୍ଧୁ ଏବଂ ମୋନା ସିଂ ନାୟକଙ୍କ ମାଆ ଭୂମିକାରେ ଅଭିନୟ କରୁଛନ୍ତି ।

