ବାଲୁକା କଳାରେ ତାଲିବାନୀଙ୍କ ବର୍ବରତାର ଚିତ୍ର

Top Storise ରାଜ୍ୟ

ପୁରୀ: ବାଲୁକା କଳାରେ ତାଲିବାନୀଙ୍କ ହିଂସ୍ରତାର ଝଲକ। ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଚାଲିଥିବା ଅତ୍ୟାଚାର ବର୍ବରତା ଦିନକୁ ଦିନ ବଢିଚାଲିିଛି। ଏମିତି ଛାତିଥରା ଦୃଶ୍ୟର ଛବିକୁ ବାଲୁକା କଳା ମାଧ୍ୟମରେ ଲୋକ ଲୋଚନକୁ ଆଣିଛନ୍ତି ପୁରୀର ପ୍ରଖ୍ୟାତ ଭାସ୍କଯ୍ୟ ଶିଳ୍ପୀ ଶ୍ରୀଧର ଦାସ।

ସମଗ୍ର ବିଶ୍ୱ ନାରୀଜାତିକୁ ସମ୍ମାନ ଦେଉଥିବା ବେଳେ ତାଲିବାନୀ ମାନେ ଆଫଗାନିସ୍ତାନ ଦଖଲ କଲା ପରେ। ଛୁଆଙ୍କଠୁ ଆରମ୍ଭ କରି ମହିଳା ଓ ପୁରୁଷ ପର୍ଯ୍ୟନ୍ତ ସମସ୍ତେ ଏ ଅତ୍ୟାଚାରର ଶିକାର ହୋଇଛନ୍ତି । ଆଫଗାନି ମହିଳା ମାନଙ୍କ ଉପରେ ନିର୍ଯ୍ୟାତନା କାନ୍ଥ ବାଡରେ ଲାଗିଥିବା ମହିଳାଙ୍କ ଫଟୋ ଚିତ୍ର ଉପରେ କାଳିମାଡ କରୁଥିବାର ଅମାନବୀୟ ଦୃଶ୍ୟ ଘଟଣା।

ଅନ୍ୟପଟେ ତାଲିବାନୀ ମାନଙ୍କ କବଳରୁ ନିଜକୁ ବଞ୍ଚାଇବା ପାଇଁ ପଳାୟନ ପନ୍ଥୀ ଓ ନିଜ କଅଁଳ ଶିଶୁମାନଙ୍କୁ ବିମାନ ବନ୍ଦରରେ ଛାଡି ଚାଲିଯିବା ଦୃଶ୍ୟକୁ ଶିଳ୍ପୀ ଶ୍ରୀଧର ଦାସ ନିଜ ସ୍ୟାଣ୍ଡ ଆର୍ଟ ମାଧ୍ୟମରେ ଦେଖାଇଛନ୍ତି।

Leave a Reply

Your email address will not be published. Required fields are marked *