ପୁରୀର ନାମ ପରିବର୍ତ୍ତନକୁ ସମର୍ଥନ ଜଣାଇ ଶିଳ୍ପୀ ସୁଦର୍ଶନ ନିର୍ମାଣ କଲେ ବାଲୁକା କଳା

Top Storise ରାଜ୍ୟ

ପୁରୀ: ପୁରୀର ନାମକରଣ ପରିବର୍ତ୍ତନକୁ ସମର୍ଥନ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀର ନାମକୁ ଶ୍ରୀଜଗନ୍ନାଥ ପୁରୀଭାବେ ନାମିତ କରିବା ଦାବିକୁ ସମର୍ଥନ ଜଣାଇ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ସେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ବାଲୁକା କଳା ନିର୍ମାଣ କରିବା ସହ ସେଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ରକୁ ସ୍ଥାନିତ କରିଛନ୍ତି।

ପୁରୀର ନାମ ଶ୍ରୀ ଜଗନ୍ନାଥ ପୁରୀଭାବେ ନାମିତ ପାଇଁ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀମାନେ ଦାବି ଉଠାଇଛନ୍ତି। ଏହାକୁ ମଧ୍ୟ ବିଭିନ୍ନ ମହଲରେ ସମର୍ଥନ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଆଉ କେତେକ ସଂଗଠନ ପୁରୀର ନାମ ଜଗନ୍ନାଥ ପୁରୀ କରିବାର ଆବଶ୍ୟକତା ନାହିଁ ବୋଲି ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *