ଜାପାନରେ ନେତାଜୀଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଦେଲେ ସତ୍ୟ ସୂତାର

Top Storise ଦେଶ- ବିଦେଶ ରାଜ୍ୟ

ଭୁବନେଶ୍ୱର: ସ୍ଵାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ୍ ଦେଶପ୍ରେମୀ, ତେଜସ୍ୱୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀରେ ଭାରତ ପାଳୁଛି ପରାକ୍ରମ ଦିବସ। ଏହି ଅବସରରେ ଜାପାନର ଟୋକିଓ ସହରର ପବିତ୍ର ରେଙ୍କୋଜି ମନ୍ଦିରଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ଓଡ଼ିଆ ପୁଅ ସତ୍ୟ ସୂତାର। ଏହି ଭୂମି କେବଳ ଏକ ସ୍ଥାନ ନୁହେଁ, ଏହା ଭାରତର ସ୍ୱାଭିମାନ ଓ ବଳିଦାନର ଜୀବନ୍ତ ସାକ୍ଷୀ ବୋଲି ଶ୍ରୀ ସୂତାର କହିଛନ୍ତି।

ନେତାଜୀ କେବଳ ଇତିହାସର ଏକ ପୃଷ୍ଠା ନୁହେଁ; ସେ ଥିଲେ ଭାରତର ଗର୍ଜନ ଏବଂ ସ୍ୱାଧୀନତା ସଂଗ୍ରାମର କର୍ଣ୍ଣଧାର। ଜାପାନ ଭୂମିରୁ ନେତାଜୀ ଆଜାଦ ହିନ୍ଦ ସରକାର ଗଠନ କରିବା, ଇଣ୍ଡିଆନ ନ୍ୟାସନାଲ ଆର୍ମିକୁ ଶକ୍ତିଶାଳୀ କରିବା ଏବଂ ଭାରତ ମାତାକୁ ଦାସତ୍ୱରୁ ମୁକ୍ତ କରିବା ପାଇଁ ସେ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ଏବେ ନେତାଜୀଙ୍କ ସ୍ୱପ୍ନର ଭାରତ ଗଢ଼ିବା ପାଇଁ ପ୍ରତିଟି ଭାରତୀୟ ସଂକଳ୍ପ ନିଅନ୍ତୁ ବୋଲି ଶ୍ରୀ ସୂତାର ଜାପାନ ମାଟିରୁ ଆହ୍ୱାନ ଦେଇଛନ୍ତି। 

ପ୍ରତି ବର୍ଷ ନେତାଜୀ ଜୟନ୍ତୀ ଅବସରରେ ଶ୍ରୀ ସୂତାର ନେତାଜୀଙ୍କର ଗୌରବର ଗାଥାକୁ ସମଗ୍ର ବିଶ୍ୱରେ ପ୍ରଚାର ପ୍ରସାର କରିଆସୁଛନ୍ତି। ପ୍ରଥମ ଓଡ଼ିଆ ଭାବେ ସେ ଏହି ମହାନ୍ କାର୍ଯ୍ୟର ଦାୟିତ୍ୱ ନେଇଛନ୍ତି। ଓଡ଼ିଆ ପୁଅ ଶ୍ରୀ ସୂତାର ୨୦୨୨ରେ ଭିଏତନାମର ଶାଇଗନଠାରେ, ୨୦୨୩ ମସିହାରେ ସେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକର ରୟାଲ ହୋଟେଲ ସମ୍ମୁଖରେ, ୨୦୨୪ରେ ଶ୍ରୀ ସୂତାର ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜର ପୋର୍ଟ ବ୍ଲେୟାରରେ, ୨୦୨୫ରେ ମଣିପୁରରର ଇମ୍ପାଲସ୍ଥିତ ମୋଇରାଙ୍ଗ ମାଟିରେ ନେତାଜୀଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Leave a Reply

Your email address will not be published. Required fields are marked *