ଖାଦ୍ୟ ପ୍ରସଙ୍ଗରେ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଲା କୋର୍ଟ ଆଶ୍ୱସ୍ତି

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଜେଲରେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତାଙ୍କ ଧାର୍ମିକ ଭାବନା ଅନୁସାରେ ଉପଯୁକ୍ତ ଖାଦ୍ୟ ପୂର୍ବଭଳି ପାଇବେ। ତାଙ୍କୁ ଯୋଗାଇ ଦିଆଯାଉଥିବା ଖାଦ୍ୟରେ କୌଣସି ରୋକ ଲାଗି ପାରିବ ନାହିଁ ବୋଲି ଆଜି ଦିଲ୍ଲୀର ଗୋଟିଏ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଜୈନଙ୍କୁ ପୂର୍ବଭଳି ଜେଲରେ ଉପଯୁକ୍ତ ଖାଦ୍ୟ ମିଳିବ।

ଜୈନ ଅଭିଯୋଗ କରିଥିଲେ ଯେ ତାଙ୍କ ଧାର୍ମିକ ଭାବନା ଅନୁସାରେ ତାଙ୍କୁ ଖାଦ୍ୟ ମିଳୁନାହିଁ। ଏଥିସହ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉପଯୁକ୍ତ ଖାଦ୍ୟ ନ ଦେଇ ଏଥିରେ କଟକଣା ଲଗାଉଛନ୍ତି। ମନ୍ଦିରକୁ ଯିବା ପରେ ଜୈନ ଖାଦ୍ୟ ଗ୍ରହଣ କରୁଥିଲେ। କିନ୍ତୁ ସେ ଜେଲରେ ଥିବାରୁ ମନ୍ଦିର ଯାଇ ପାରୁ ନାହାନ୍ତି। ତେଣୁ ୫ ମାସ ହେଲା ସେ କେବଳ ଫଳ ଖାଇ ରହୁଛନ୍ତି। ତେଣୁ ତାଙ୍କୁ ପୂର୍ବଭଳି ଫଳ ଯୋଗାଇ ଦେବାକୁ ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ।

ଏହା ଶୁଶି କୋର୍ଟ ଜୈନଙ୍କୁ ଖାଦ୍ୟ ଯୋଗାଣ ଜାରି ରଖିବାକୁ କହିଛନ୍ତି। ଏଥିସହ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ଗତ ୬ ମାସ ମଧ୍ୟରେ ଜୈନଙ୍କୁ କ’ଣ ସବୁ ଖାଦ୍ୟ ଦିଆଯାଇଛି ଓ ସେ କୌଣସି ଧାର୍ମିକ ବ୍ରତ ରଖିଛନ୍ତି କି ନାହିଁ, ତା’ର ଜବାବ ରଖିବାକୁ କହିଛନ୍ତି।

ଆସନ୍ତାକାଲି ଦିନ ୨ଟ ଭିତରେ ଜେଲ କର୍ତ୍ତୃପକ୍ଷ ଏନେଇ ତଥ୍ୟ ଦେବେ। ସେହିପରି ସତ୍ୟେନ୍ଦ୍ର ଜୈନଙ୍କ ମେଡିକାଲ ରିପୋର୍ଟ ମଧ୍ୟ କୋର୍ଟ ମାଗିଛନ୍ତି। ତାଙ୍କ ଓଜନ, ଏମଆଇଆର ସ୍କାନ ଓ ଅନ୍ୟାନ୍ୟ ମେଡିକାଲ ରିପୋର୍ଟ ଦିନ ୨ଟା ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *