ନୂଆଦିଲ୍ଳୀ: ଦୁଇଟି ନମ୍ବରରୁ ନିଜକୁ ଦୂରେଇ ରକିବା ପାଇଁ ଗ୍ରାହକମାନଙ୍କୁ ସତର୍କ କରିଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ । ଏହି ଦୁଇଟି ନମ୍ବରରୁ କଲ ଆସିଲେ ଏହାକୁ ରିସିଭ ନ କରିବାକୁ କୁହାଯାଇଛି । ନଚେତ ଗ୍ରାହକମାନେ ବିପଦରେ ପଡିପାରନ୍ତି ବୋଲି ସୂଚାଇ ଦେଇଛି ଏସବିଆଇ । ଏ ନେଇ ବିଭିନ୍ନ ମାଧ୍ୟମରେ ଗ୍ରାହକମାନଙ୍କୁ SBI ସତର୍କ ସୂଚନା ଦେଇଛି ।
ସୂଚନା ଅନୁସାରେ ବ୍ୟାଙ୍କ ନାଁରେ ଗ୍ରାହକମାନଙ୍କୁ ଠକିବା ସହ ଲୁଟ ହେଉଥିବା ଜାଣିବାକୁ ମିଳିଛି । ତେବେ ଏହି ମାମଲାରେ ଦୁଇଟି ମୋବାଇଲ ନମ୍ବର ସମ୍ପୃକ୍ତ ଥିବା SBI ତରଫରୁ ସୂଚାଇ ଦିଆଯାଇଛି । ତେଣୁ ଏହି ଦୁଇ ନମ୍ବରରୁ କଲ ଆସିଲେ ଏହାକୁ ରିସିଭ ନକରିବାକୁ ପରାମର୍ଶ ଦେଇଛି SBI । ଏହି ଦୁଇ ନମ୍ବର ହେଉଛି +୯୧- ୮୨୯୪୭୧୦୯୪୬ ଏବଂ ୭୩୬୨୯୫୧୯୭୩ । ଏହି ଦୁଇ ନମ୍ବରକୁ ସ୍କାମରସ ବୋଲି ଘୋଷଣା କରାଯାଇଛି ।