କରୋନାରେ ଆଖି ବୁଜିଲେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ

Top Storise ରାଜ୍ୟ

ଭୁୁବନେଶ୍ୱର: ମହାମାରୀ କରୋନାର ଦ୍ଵିତୀୟ ଲହର ଆସିବା ପରେ ସତେ ଯେମିତି ସାମ୍ବାଦିକଙ୍କୁ ନିଜର ଶିକାର କରୁଛି କହିଲେ ଅତ୍ୟୁକ୍ତି ହେବନାହିଁ । ଜଣଙ୍କ ପରେ ଜଣେ ସାମ୍ବାଦିକଙ୍କ ଦେହାନ୍ତ ହେବାରେ ଲାଗିଛି । ପୁଣି ଥରେ ଆଜି ମହାମାରୀ କରୋନାରେ ଏକ ଦାରୁଣ ଖବର ଆସିଛି । କରଣ ସଂକ୍ରମିତ ହୋଇ ସମ୍ବାଦ ଖବର କାଗଜର ସମ୍ବଲପୁର ସଂସ୍କରଣ ଦାୟିତ୍ୱରେ ଥିବା ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ସାମନ୍ତରାୟ ଆଖି ବୁଜି ଦେଇଛନ୍ତି ।

କୋଭିଡ୍ ରେ ଆକ୍ରାନ୍ତ ହୋଇ ଗତ ୧୪ ତାରିଖରେ ଦେବେନ୍ଦ୍ର ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିଲା । ଗତକାଲି ସେ ଭେଣ୍ଟିଲେଟରକୁ ଚାଲି ଯାଇଥିଲେ । ଆଜି ସଂଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା ।

ଦେବେନ୍ଦ୍ର ଦୀର୍ଘ ବର୍ଷ ଧରି ସମ୍ବାଦରେ କାର୍ଯ୍ୟ କରୁଥିଲେ । ଜଣେ ଉଚ୍ଚକୋଟିର ସାମ୍ବାଦିକ ଭାବେ ତାଙ୍କର ସୁନାମ ଥିଲା । କରୋନାରେ ତାଙ୍କର ଅକାଳ ମୃତ୍ୟୁ ସାମ୍ବାଦିକ ମହଲକୁ ସ୍ତବ୍ଧ କରିଛି । ଦେବେନ୍ଦ୍ରଙ୍କର ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

Leave a Reply

Your email address will not be published. Required fields are marked *