ବିମାନ ବନ୍ଦରରେ ଶାହରୁଖ ଖାନ୍ ଅଟକ

Top Storise ଦେଶ- ବିଦେଶ

ମୁମ୍ବାଇ: ବିମାନ ବନ୍ଦରରେ ବଲିଉଡର ବାଦଶାହ ଶାହରୁଖ ଖାନ୍ ଅଟକ । ମୁମ୍ବାଇ ବିମାନ ବନ୍ଦରରେ ଏକ ଘଣ୍ଟା ଧରି ଶାହରୁଖ ଖାନ୍‌ଙ୍କୁ ଅଟକ ରଖାଗଲା। କଷ୍ଟମ ବିଭାଗ ଶାହରୁଖ ଓ ତାଙ୍କ ଟିମ୍‌କୁ ଅଟକ ରଖି ପଚରାଉଚରା କରିଛି।

ରିପୋର୍ଟ ମୁତାବକ ଶାହରୁଖ ଦୁବାଇର ଶାରଜାହାରୁ ମୁମ୍ବାଇ ଫେରିଥିଲେ। ସେ ନିଜ ବ୍ୟକ୍ତିଗତ ଚାଟାର୍ଡ ବିମାନରେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଥିଲେ। ତେବେ ଏୟାରପୋର୍ଟରେ ପହଞ୍ଚିବା ପରେ ଟର୍ମିନାଲ-୩ରେ ତାଙ୍କ ଲଗେଜ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ତାଙ୍କ ଲଗେଜରୁ ୬ଟି ଦାମୀ ଘଣ୍ଟାର କଭର୍ ମିଳିଥିଲା ଯାହାର ଦାମ୍ ୧୮ ଲକ୍ଷ ଟଙ୍କା ଥିଲା। ଏହାପରେ ଶୁକ୍ରବାର ବିଳମ୍ବିତ ରାତିରେ ମୁମ୍ବାଇ କଷ୍ଟମ୍ସ ବିଭାଗ ଶାହରୁଖ ଖାନ ଏବଂ ତାଙ୍କ ଦଳକୁ ଅଟକ ରଖିଥିଲେ।

ପ୍ରାୟ ଏକ ଘଣ୍ଟା ପଚରାଉଚରା ପରେ ଶାହରୁଖ ଖାନ ଏବଂ ତାଙ୍କ ମ୍ୟାନେଜର ପୂଜା ଦାଦଲାନି ବିମାନବନ୍ଦରରୁ ବାହାରିଥିବା ନଜର ଆସିଥିଲେ । କିନ୍ତୁ କିଙ୍ଗ ଖାନଙ୍କ ଅଙ୍ଗରକ୍ଷୀ ରବି ଏବଂ ଅନ୍ୟମାନଙ୍କୁ ଛଡ଼ା ଯାଇନଥିଲା ।

ପରେ ଶାହରୁଖ ଖାନ ବଡିଗାର୍ଡ ରବିଙ୍କୁ ଛଡାଇବା ପାଇଁ ୬ ଲକ୍ଷ ୮୭ ହଜାର ଟଙ୍କା ସୀମାଶୁଳ୍କ ଦେଇଥିଲେ। ଏହି ଟଙ୍କା ଶାହାରୁଖ ଖାନଙ୍କ କ୍ରେଡିଟ କାର୍ଡରୁ ପ୍ରଦାନ କରାଯାଇଛି। ଏହା ପରେ ଶାହାରୁଖ ଖାନଙ୍କ ବଡିଗାର୍ଡ ରବିଙ୍କୁ ସକାଳ ୮ଟାରେ ଛଡାଯାଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ, ଶାହରୁଖ ଖାନ ତାଙ୍କ ଟିମ୍ ସହିତ ଚାର୍ଟର୍ ବିମାନ ଯୋଗେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦୁବାଇ ଯାଇଥିଲେ।

Leave a Reply

Your email address will not be published. Required fields are marked *