ପୁରୀ : ପୁରୀରେ ପୁଣି ଲଜ୍ଜା ।ଗୋଟିଏ ପଟେ ୫ ବର୍ଷର ଶିଶିକନ୍ୟା ଦୁଷ୍କର୍ମ ଘଟଣା ୩୬ ଘଣ୍ଟା ନପୁରୁଣି ି ଆଉ ଗୋଟିଏ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ପୁଣି ୨ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଶିଶୁଟିକୁ ତାର ପିତା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । । ପୁରୀ ଟାଉନ ଥାନା ପରେ ସମଦ୍ରକୂଳ ଥାନାରୁ ଆସିଛି ଏଭଳି ନିନ୍ଦନୀୟ ଖବର ।
ଗତ କିଛି ଦିନ ଧରି ଝିଅଙ୍କ ସହ ବାପା ଏପରି କରୁଥିବା ମା’ ଥାନାରେ ଅଭିଯୋଗ କରିଛନ୍ତି ।ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ବାପ ୨୪ ବର୍ଷୀୟ ରଜକମଲ କର୍ମଚାରୀକୁ ପୋଲିସ ଗିରଫ କରିଛି ।ପୋକ୍ସୋ ଆକ୍ଟରୋ ପୋଲିସ ମାମଲା ରୁଜୁ କରି ଗିରଫ କରଛି ।ଅସୁସ୍ଥ ନାବାଳିକାକୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା ।