‘ଅଇସନ ବିପତିୟା ଆଏଲ’ ସୁରକ୍ଷିତ ଛଟ୍ ପର୍ବ ପାଳନ ନେଇ ଶାରଦା ସିହ୍ନାଙ୍କ ଗୀତ

Top Storise ଦେଶ- ବିଦେଶ

ପାଟନା: ଛଟ୍ ପୂଜା କାର୍ତ୍ତିକ ଶୁକ୍ଳ ପକ୍ଷ ଷଷ୍ଠୀରୁ ଆରମ୍ଭ ହୋଇଯାଏ। ଏହି ପର୍ବ ୪ଦିନ ଧରି ଚାଲିଥାଏ। ଚଳିତବର୍ଷ ଛଟ୍ ପର୍ବ ୮ନଭେମ୍ବରରୁ ଆରମ୍ଭ ହୋଇଯିବ। ୯ତାରିଖ ଦିନ ଖରନା, ୧୦ତାରିଖରେ ଅସ୍ତଚଳଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଆଯିବ ଏବଂ ୧୧ତାରିଖ ଦିନ ସକାଳୁ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ପର୍ବକୁ ସମାପନ କରିବେ।

କରୋନା ମହାମାରୀ ମଧ୍ୟରେ ଛଟ୍ ପର୍ବକୁ ସୁରକ୍ଷିତଭାବେ ପାଳିବା ପାଇଁ ନିଜ ଭିତରେ ହିଁ ନିଜର ଏକ ଚ୍ୟାଲେଞ୍ଜ। ଛଟ୍ ପର୍ବରେ ନଦୀ ବା ଘାଟ ନିକଟରେ ସାମୂହିକ ଢ଼ଙ୍ଗରେ ପାଳିଥାନ୍ତିି। ଏଥିପାଇଁ ଲୋକଙ୍କ ଅଧିକ ଭିଡ଼ ଜମିଥାଏ। ଗୀତ ଜରିଆରେ ଲୋକ ଗାୟିକା ଶାରଦା ସିହ୍ନା କହିଛନ୍ତି ଯେ, ‘ସୁରଜ ଦେବତା ଆପଣ ନିଜ ଆଖିକୁ ଖୋଲନ୍ତୁ ଏବଂ ସଂସାରକୁ ଏହି କଷ୍ଟରୁ ମୁକ୍ତି ଦିଅନ୍ତୁ’। ଯେଉଁଥିରେ ଏହି ଗୀତରେ ଥିବା ଦୁଃଖ, କଷ୍ଟକୁ ବାରି ହେଉଛି।

ଲୋକ ଗାୟିକା ଶାରଦା ସିହ୍ନାଙ୍କୁ ମଧ୍ୟ କୋଭିଡ଼ରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଅନେକ ଦିନ ରହିବାକୁ ପଡ଼ିଥିଲା। କରୋନା ମହାମାରୀ ସମୟରେ ହେଉଥିବା କଷ୍ଟ ଏବଂ ଛଟ୍ ପର୍ବ ପ୍ରତି ଥିବା ତାଙ୍କ ଆସ୍ଥା, ଭାବନାକୁ ଏହି ଗୀତରେ ଶୁଣିବାକୁ ମିଳୁଛି। ଶାରଦା ସିହ୍ନାଙ୍କ ଏହି ଗୀତ ରିଲିଜ ହେବ। ଶାରଦା ସିହ୍ନାଙ୍କ ସହଯୋଗ ଲୋଡ଼ିଛନ୍ତି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ। କୋଭିଡ଼ କଟକଣାକୁ ପାଳନ କରିବା ପାଇଁ ଗୀତ ଦ୍ୱାରା ଲୋକଙ୍କ ପ୍ରେରଣା ଯୋଗାଇବେ ସରକାର।

Leave a Reply

Your email address will not be published. Required fields are marked *