କେରଳରେ ଶିଗେଲା ବ୍ୟାକ୍ଟେରିଆର ଆତଙ୍କ: ସ୍ୱରମା ଖାଇବା ପରେ ଜଣେ ମୃତ, ୫୮ ଅସୁସ୍ଥ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ : କେରଳର କାସରଗୋଡ ଜିଲ୍ଲାରେ ଏକ ରେଷ୍ଟୁରାଣ୍ଟରେ ରବିବାର ଦିନ ସ୍ୱରମା ଖାଇବା ପରେ ୫୮ ଜଣ ଲୋକ ଅସୁସ୍ଥ ହେବା ସହ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଭୋଜନ ବିଷାକ୍ତ ଘଟଣା ପଛରେ ଶିଗେଲା ବ୍ୟାକ୍ଟେରିଆକୁ ଏହାର କାରଣ ଭାବେ କୁହାଯାଉଛି ।

ଅଧିକାରୀ ଜଣକ କହିଛନ୍ତି ଯେ, ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ ପାଞ୍ଚ ଜଣ ରୋଗୀଙ୍କ ନମୁନା ପରୀକ୍ଷା ପାଇଁ କୋଜିକୋଡେ ମେଡିକାଲ କଲେଜକୁ ପଠାଯାଇଥିଲା ଏବଂ ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ରିପୋର୍ଟରେ ଶିଗେଲା ବ୍ୟାକ୍ଟେରିଆରୁ ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଛି ।

ଏହା ଏକ ବ୍ୟାକ୍ଟେରିଆ ଜନିତ ରୋଗ ଭାବରେ ପରିଗଣିତ ହେଉଛି ଏବଂ ଏହାର ପରିମାଣସ୍ୱରୂପ ଜୀବାଣୁ ବିସ୍ତାରକୁ ନିୟନ୍ତ୍ରଣ କରିବା ଏବଂ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି । ଶିଗେଲା ବ୍ୟାକ୍ଟେରିଆ ଥିବା ଲୋକଙ୍କଠାରେ ଡାଇରିଆ, ଜ୍ୱର ଏବଂ ପେଟ ଯନ୍ତ୍ରଣା କିମ୍ବା କଷ୍ଟ ସାଧାରଣତଃ ୭ ଦେଖାଯାଏ ।

ଏହି ବ୍ୟାକ୍ଟେରିଆ କିପରି ବିସ୍ତାର ହୁଏ, ଏଥିରୁ ସଂକ୍ରମିତ ହେବାରୁ କିପରି ରକ୍ଷାପାଇପାରିବେ ଓ ଏହାକୁ କିପରି ନିୟନ୍ତ୍ରଣ କରାଯାଇପାରିବ ବୋଲି ସାଧାରଣ ଜନତା ତଥା ରେଷ୍ଟୁରାଣ୍ଟର ମାଲିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନେ ପ୍ରୟାସ ଜାରି ରଖିଛନ୍ତି ବୋଲି ଅଧିକାରୀ କହିଛନ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ବିଭିନ୍ନ ଭୋଜନ ଏବଂ ରେଷ୍ଟୁରାଣ୍ଟ ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି ।

ଏହା ବ୍ୟତୀତ ସ୍ଥାନୀୟ ଜଳ ଯୋଗାଣ ଉପରେ ମଧ୍ୟ ଅନୁସନ୍ଧାନ କରାଯାଉଛି । ସେ କହିଛନ୍ତି ଯେ, ବ୍ୟାକ୍ଟେରିଆ ମୁଖ୍ୟତ ଦୂଷିତ ଖାଦ୍ୟ ଓ ଜଳ ମାଧ୍ୟମରେ ବ୍ୟାପିଥାଏ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱଚ୍ଛତା ଏକ ଗୁରୁତ୍ୱପୂର୍ଣ୍ଣ କାରକ । ଏହା ବ୍ୟତୀତ ଖାଦ୍ୟକୁ ସଠିକ୍ ଭାବରେ ରାନ୍ଧିବା ଦ୍ୱାରା ବ୍ୟାକ୍ଟେରିଆ ମରିଯାଆନ୍ତି ।

Leave a Reply

Your email address will not be published. Required fields are marked *