ରାଗିଗଲେ ଶିଳ୍ପା; କହିଲେ ମୁଁ କ’ଣ ରାଜ କୁନ୍ଦ୍ରା?

Top Storise ମନୋରଞ୍ଜନ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରା ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସୁଛନ୍ତି।ଅଶ୍ଳୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ରାଜ କୁନ୍ଦ୍ରା ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଥିଲେ ଏବଂ ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତେବେ ବର୍ତ୍ତମାନ ସେ ଜାମିନରେ ମୁକୁଳିଛନ୍ତି।

ଏହି ସମୟରେ, ଶିଳ୍ପା ଶେଟ୍ଟୀ ଚର୍ଚ୍ଚିତ ବିବାଦ ଉପରେ କିଛି କହିବାକୁ ମନା କରିଦେଇଛନ୍ତି। ମିଡିଆ ଉପରେ ଭୀଷଣ ବର୍ଷିଛନ୍ତି ଶିଳ୍ପା। ସେ ବର୍ତ୍ତମାନ ନିଜ କାର୍ଯ୍ୟରେ ବହୁତ ବ୍ୟସ୍ତ ଅଛନ୍ତି କିନ୍ତୁ ନିକଟରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ରାଜ କୁନ୍ଦ୍ରାଙ୍କ ବିଷୟରେ ପଚରାଯିବା ପରେ ସେ ଗଣମାଧ୍ୟମରେ ବହୁତ କ୍ରୋଧିତ ହୋଇଥିଲେ।

ରାଜ କୁନ୍ଦ୍ରଙ୍କ ସହ ଅଶ୍ଳୀଳତା ମାମଲାରେ ଶିଳ୍ପା ଶେଟ୍ଟୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ସେହି ସମୟ ଶିଳ୍ପାଙ୍କ ଏହି ମାମଲା ସହ କୌଣସି ସମ୍ପର୍କ ନାହିଁ ବୋଲି ସଫା ସଫା କହିଦେଇଥିଲେ। କିନ୍ତୁ କିଛି ଲୋକ ଶିଳ୍ପାଙ୍କୁ ପ୍ରଶ୍ନ କରିବା ବନ୍ଦ କରୁନାହାନ୍ତି।

ବଲିଉଡ ଲାଇଫରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନିକଟରେ ଯେତେବେଳେ ଅଭିନେତ୍ରୀଙ୍କୁ ରାଜ କୁନ୍ଦ୍ରାଙ୍କ ବିଷୟରେ ପୁଣି ଥରେ ପ୍ରଶ୍ନ ପଚରାଗଲା, ସେତେବେଳେ ଅଭିନେତ୍ରୀ କ୍ରୋଧିତ ହୋଇଥିଲେ। ସେ କହିଲେ ‘ମୁଁ କଣ ରାଜ କୁନ୍ଦ୍ରା? ମୁଁ ତାଙ୍କ ପରି ଦେଖାଯାଉଛି କି?

Leave a Reply

Your email address will not be published. Required fields are marked *