‘ସୁପର୍‌ଡାନ୍ସର ୪’ରେ ଶିଳ୍ପାଙ୍କ ସ୍ଥାନ ନେବେ ବଲିଉଡର ଏହି ଲୋକପ୍ରିୟ ଅଭିନେତ୍ରୀ!

Top Storise ମନୋରଞ୍ଜନ

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ପ୍ରସାରଣର ପର୍ଦ୍ଦାଫାସ୍‌ ହେବା ପରେ ବିଶିଷ୍ଟ ଶିଳ୍ପପତି ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା। ଏବେ ସେ ପୋଲିସ ହାଜତରେ ଅଛନ୍ତି। ଏହି ଘଟଣା ପରେ ସୋନିରେ ପ୍ରସାରିତ ରିୟାଲିଟି ସୋ ସୁପର୍‌ଡାନ୍ସର ଚାପ୍ଟର୪ରେ ଶିଳ୍ପାଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଥିଲା। ଏଇ କିଛି ଏସିସୋଡ୍‌ରେ ଶିଳ୍ପାଙ୍କ ସ୍ଥାନ ପୂରଣ ପାଇଁ ବିଭିନ୍ନ ସେଲିବ୍ରିଟି ଜଜ୍‌ ଭାବେ ଶିଶୁ ପ୍ରତିଭାଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା।

ତେବେ ସଦ୍ୟ ରିପୋର୍ଟ ଅନୁଯାୟୀ ଶିଳ୍ପାଙ୍କ ଜାଗାରେ ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କୁ ଅଣାଯାଇଥିବା କୁହାଯାଉଛି। ତେବେ ସେ ଅଭିନେତ୍ରୀ ଜଣକ ଆଉ ‌କେହି ନୁହନ୍ତି ବରଂ ୯୦ ଦଶକ ଲୋକପ୍ରିୟ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ। ତେବେ ସୋର ଅନ୍ତିମ ଏପିସୋଡ୍‌ ଯାଏ ସୋନାଲି ଜଜ୍‌ ରହିବେ କି ପୁଣି ଥରେ ଶିଳ୍ପା ତାଙ୍କ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିବେ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏଥର ୱିକେଣ୍ଡ ଏପିସୋଡ୍‌ରେ ସୋନାଲିଙ୍କୁ ଜଜ୍‌ ଭାବେ ଦେଖିବାକୁ ମିଳିବ।

କୁହାଯାଉଛି ଯେ ସୋନାଲି ବେନ୍ଦ୍ରେ ଏବଂ ମୌସୁମୀ ଚାଟାର୍ଜୀ ଏହି ସପ୍ତାହରେ ‘ସୁପର ଡାନ୍ସର୍ ଅଧ୍ୟାୟ ୪’ରେ ଅତିଥି ବିଚାରପତି ଭାବରେ ପହଞ୍ଚିବେ। ଶୋ’ର ପ୍ରତିଯୋଗୀମାନେ ମଧ୍ୟ ସେମାନଙ୍କ ପାଇଁ ବିଶେଷ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିବ।

Leave a Reply

Your email address will not be published. Required fields are marked *