ଉଦ୍ଧବ ଦଳକୁ ଝଟକା;ଉଦ୍ଧବଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କଲା ସୁପ୍ରିମକୋର୍ଟ

Top Storise ଦେଶ- ବିଦେଶ ରାଜନୀତି

ମୁମ୍ବାଇ: ଉଦ୍ଧବ ଦଳ କୁ ଝଟକା। ସୁପ୍ରିମକୋର୍ଟଙ୍କ ଉଦ୍ଧବ ଙ୍କ ଦଳ ବିପକ୍ଷ ରେ ଏକ ପ୍ରତିକାର ଦେଇଛନ୍ତି। ଯାହା ଏକନାଥ ସିନ୍ଦେ ଦଳ ପାଇଁ ଏକ ଆରାମ ଭଳି ସୂଚନା ମିଳୁଛି । ନିର୍ବାଚନ ଆୟୋଗଙ୍କ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ପ୍ରକୃତ ଶିବସେନା ଉଦ୍ଧବ ଦଳ କିମ୍ବା ସିନ୍ଦେ ଦଳର ବୋଲି ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବାକୁ ପଡିବ। ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତ ରଖିବାକୁ ଉଦ୍ଧବ ଠାକୁର ଦଳ ଦାବି କରିଥିଲେ। ଏହି ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି । ତେଣୁ ସୁପ୍ରିମକୋର୍ଟର ଏହି ରାୟ ଆସିବା ପରେ ଉଦ୍ଧବଙ୍କ ଦଳ କୁ ଏକ ଶକ୍ତ ଝଟକା ଲାଗିଛି ।

ମହାରାଷ୍ଟ୍ର ର ମହାସଂକଟ ଦିନକୁ ଦିନ ଥମିବା ଦୂର ବଢି ଚାଲିଛି । ବାସ୍ତବରେ ଶିବ ସେନା କିଏଅ ତାହାକୁ ନେଇ ଦୁଇ ଦଳ ମଧ୍ୟରେ ଘମାଘମ ଯୁକ୍ତି ଚାଲିଛି । ତେଣୁ ଯାହା ଆଶା କରାଯାଉଛି ଖୁବ ଶୀଘ୍ର ନିର୍ବାଚନ ଆୟୋଗ ତାଙ୍କ ନିଷ୍ପତି ଶୁଣାଇବେ ।ଜଷ୍ଟିସ୍ ଡି ଚନ୍ଦ୍ରଚୁଦ୍, ଜଷ୍ଟିସ୍ ଏମ୍.ଆର୍ ଶାହା, କୃଷ୍ଣ ମୁରାରୀ, ହିମା କୋହଲି ଏବଂ ପିଏସ୍ ନରସିଂହ ଙ୍କ ମିଳିତ ବେଞ୍ଚ ରେ ଏହି ଆବେଦନକୁ ଖାରଜ କରିଦେଇଛନ୍ତି। ଦଳର ନିର୍ବାଚନ ପ୍ରତୀକ ଉପରେ ଇସିଙ୍କ କାର୍ଯ୍ୟ ବନ୍ଦ କରିବାକୁ ସୁପ୍ରିମ କୋର୍ଟ ମନା କରିଦେଇଛି। ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ଦାବି କରିଥିଲେ। ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ଆବେଦନ ଖାରଜ କରି ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

ସୁପ୍ରିମକୋର୍ଟଙ୍କ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାରେ ଶୁଣାଣି କରି ନିର୍ବାଚନ ଆୟୋଗଙ୍କୁ ପ୍ରକୃତ ଶିବସେନା କିଏ ଏବଂ କେଉଁ ଗୋଷ୍ଠୀକୁ ନିର୍ବାଚନୀ ଚିହ୍ନ ଦିଆଯିବ ତାର ନିଷ୍ପତ୍ତି ନେବାକୁ ଅନୁମତି ଦେଇଛନ୍ତି। ବିଦ୍ରୋହୀ ଗୋଷ୍ଠୀଙ୍କ ଯୁକ୍ତି ଶିବସେନାର ଅଧିକାଂଶ ବିଧାୟକ ଏବଂ ସାଂସଦ ତାଙ୍କ ସହିତ ଅଛନ୍ତି। ତେଣୁ ନିର୍ବାଚନ ଚିହ୍ନ ସେମାନଙ୍କୁ ଦିଆଯିବା ଉଚିତ୍। ମାମଲା ନିର୍ବାଚନ ଆୟୋଗରେ ପହଞ୍ଚିଥିଲା। ତେବେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାବ ଦାବିରେ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ।

ସୂଚାନମୂତାବକ ବିଧାୟକଙ୍କ ଅଯୋଗ୍ୟତା ନିଷ୍ପତ୍ତି ନେବା ପୂର୍ବରୁ ନିର୍ବାଚନ ଆୟୋଗ ଦଳର ପ୍ରତୀକ ଉପରେ ଶୁଣାଣି କରନ୍ତୁ ନାହିଁ ବୋଲି ଉଦ୍ଧବ ଠାକୁର ଦଳ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *