ଋଷ ସେନା କ୍ୟାମ୍ପରେ ଗୁଳି ବିନିମୟ: ୧୧ ମୃତ, ୧୫ ଆହତ

Top Storise ଦେଶ- ବିଦେଶ

ମେକ୍ସିକୋ: ଋଷର ବେଲଗୋରୋଦ ଅଞ୍ଚଳରେ ଥିବା ଏକ ସେନା କ୍ୟାମ୍ପରେ ଗୁଳି ବିନିମୟରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ସେପଟେ ପାଲଟା ଜବାବରେ ଦୁଇ ଆକ୍ରମଣକାରୀ ନିହତ। ଏନେଇ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଛି ଯେ ପୂର୍ବତନ ସୋଭିଏତ୍ ରାଜ୍ୟରୁ ଦୁଇଜଣ ସାଧାରଣ ନାଗରିକ ଏକ ସେନା କ୍ୟାମ୍ପ ତାଲିମ ସମୟରେ ଗୁଳି ଚଳାଇଥିଲେ ଏବଂ ଏହାର ପାଲଟା ଜବାବରେ ଉଭୟଙ୍କର ମୃତ୍ୟୁ ଘଟିଛି।

ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ ୟୁକ୍ରେନ ସୀମାବର୍ତ୍ତୀ ଦକ୍ଷିଣ-ପଶ୍ଚିମ ଋଷର ବେଲଗୋରୋଦ ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଛି। ଜଣେ ଅଜ୍ଞାତ ପୂର୍ବତନ ସୋଭିଏତ୍ ରାଷ୍ଟ୍ରର ଦୁଇଜଣ ସ୍ବେଚ୍ଛାସେବୀ ସୈନିକଙ୍କ ଉପରକୁ ଗୁଳି ଚଳାଇ ପ୍ରତିଶୋଧ ନେଇ ମୃତ୍ୟୁ ବରଣ କରିଥିଲେ। ମନ୍ତ୍ରଣାଳୟ ଏହି ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି କରିଛି।

ସୂଚନା ଥାଉକି ଯେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନରେ ଋଷ ସେନାକୁ ମଜବୁତ କରିବା ପାଇଁ ସାଧାରଣ ଲୋକଙ୍କୁ ନିଯୁକ୍ତି ଦେବା ବିଷୟରେ କହିଥିଲେ। ସେବେଠାରୁ ହଜାର ହଜାର ଯୁବକ ଋଷ ଛାଡି ପଳାଇଛନ୍ତି। ଋଷ ସୈନ୍ୟ ଗତ ଏକ ସପ୍ତାହ ମଧ୍ୟରେ ୟୁକ୍ରେନରେ ଶହ ଶହ ମିଶାଇଲ ଆକ୍ରମଣ କରିଛନ୍ତି।

Leave a Reply

Your email address will not be published. Required fields are marked *