ଜିଲ୍ଲା ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ଶ୍ରେୟା ଘୋସାଲଙ୍କ ଗୀତରେ ମତୁଆଲା ହେଲେ ଦର୍ଶକ

Top Storise ରାଜ୍ୟ

ଯାଜପୁର : ଜିଲ୍ଲା ମହୋତ୍ସବର ପଞ୍ଚମ ସଂଧ୍ୟା । ଜିଲ୍ଲା ମହତ୍ସୋବରେ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋସାଲଙ୍କ ଗୀତରେ ଝୁମିଥିଲେ ଦର୍ଶକ। ଶ୍ରେୟାଙ୍କ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତରେ କମ୍ପିଉଠିଥିଲା ଯାଜପୁର । ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋସାଲ ମଞ୍ଚ ଉପରକୁ ଆସି ସୁନ୍ଦର ଗୀତ ମାଧ୍ୟମରେ ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ବିଶେଷ କରି ଶ୍ରେୟାଙ୍କ ଚିକିନି ଚମେଲି ଗୀତ ଦର୍ଶକ ମାନଙ୍କୁ ମତୁଆଲା କରିଥିଲା। ଏଥି ସହିତ ଓଲିଉଡ ଅଭିନେତା ସବ୍ୟସାଚୀ, ଅର୍ଚ୍ଚିତା, ଭୂମିକା, ପୁନମଏବଂ ଶିବାନିଙ୍କ ନୃତ୍ୟ ଦର୍ଶକଙ୍କୁ ବିଭୋର କରିଥିଲା। ଦର୍ଶକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥିଲେ ।

ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡିର ସଂସ୍କୃତିଦଳର କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ବଲିଉଡ ଗାୟିକାଙ୍କର ଧମାକା ହଜାର ହଜାର ଦର୍ଶକଙ୍କୁ ମୋହିତ କରିଥିଲା। ଏହି ଅବସରରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ଏବଂ ରାଜ୍ୟସଭା ସାଂସଦ ସୁଲତା ଦେଓ,କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଦଳାଇଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରେୟାଙ୍କୁ ଦେଖିବା ସହ ଗୀତ ଶୁଣିବାକୁ ଯାଜପୁର ସମେତ ପଡୋଶୀ କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାରୁ ମଧ୍ୟ ହଜାର ହଜାର ଦର୍ଶକ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *