ୟୁଜର୍ସ ଫି ବା ଶୁଳ୍କ ଆଦାୟକୁ ବିରୋଧ କରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

Top Storise ରାଜ୍ୟ

ପୁରୀ: ୟୁଜର୍ସ ଫି ବା ଶୁଳ୍କ ଆଦାୟକୁ ବିରୋଧ କରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ୧୦ତାରିଖରୁ ପୁରୀ ପୌରପାଳିକା ଅଳିଆ ଗାଡ଼ିକୁ ଅଳିଆ ଦେଉଥିବା ବ୍ୟକ୍ତି ଓ ଅନୁଷ୍ଠାନଠାରୁ ୟୁଜର୍ସ ଫି ବା ଶୁଳ୍କ ଆଦାୟ ଆରମ୍ଭ କରିଛନ୍ତି। ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ଏହାକୁ ନେଇ ବିରୋଧ କରିଥିଲେ। ବିକ୍ଷୋଭ ସହ ୟୁଜର୍ସ ଫି ପ୍ରତ୍ୟାହାର ପାଇଁ ନାରାବାଜି କରାଯାଇଛି।

କରୋନା ମହାମାରୀ ପରେ ଧାର୍ମିକ ଓ ପର୍ଯ୍ୟଟନର ସହର ପୁରୀବାସୀଙ୍କ ଆର୍ଥିକ ଅବସ୍ଥା ବିଗିଡ଼ିଯାଇଛି। ତେଣୁ ଏଭଳି ପରିସ୍ଥିତିରେ ୟୁଜର୍ସ ଫି ଆଦୌ ଗ୍ରହଣୀୟ ନୁହେଁ। ପୁରୀ ପୌରପାଳିକା ୫୦୦ବର୍ଗ ଫୁଟ୍ ବିଶିଷ୍ଟ ଘର ପାଇଁ ୨୫ଟଙ୍କା, ୧୨ଶହ ବର୍ଗଫୁଟ୍ ଘର ପାଇଁ ୫୦ଟଙ୍କା, ୩ହଜାର ବର୍ଗଫୁଟ୍ ଘର ପାଇଁ ୭୦ଟଙ୍କା ଓ ୫ ହଜାର ବର୍ଗଫୁଟ୍ ଘର ପାଇଁ ମାସିକ ୧୦୦ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି।

ପୂର୍ବରୁ ସହରବାସୀ ହୋଲଡ଼ିଂ ଟ୍ୟାକ୍ସ ଦେଉଥିବାରୁ ଅଳିଆ ପାଇଁ ପୁନଃ ୟୁଜର୍ସ ଫି ଦେବାକୁ ପଡ଼ିବ। ତୁରନ୍ତ ୟୁଜର୍ସ ଫି ପ୍ରତ୍ୟାହାର ନହେଲେ ରାଜରାସ୍ତାରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *