ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

Top Storise ଦେଶ- ବିଦେଶ ରାଜ୍ୟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଆଜି ଶୁଣାଣି ହୋଇଛି । ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ତେବେ ଆସନ୍ତାକାଲି ଯାଏଁ ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଥିବା ଜଣାପଡିଛି । ନିର୍ମାଣକୁ ବିରୋଧ କରି ୨ଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାୟର ହୋଇଥିଲା ।

ତେବେ ଆଜିର ଶୁଣାଣିରେ ନିର୍ମାଣ ବିରୋଧରେ ଯୁକ୍ତି କରିଥିଲେ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାଭାନୀ । ସେ କହିଥିଲେ ଯେ, ‘ ନିଷିଦ୍ଧାଞ୍ଚଳରେ ଆଦୌ ନିର୍ମାଣ ହୋଇପାରିବନି ବୋଲି ନିୟମ ରହିଛି । ସେମାନେ ଏମିତିକି ରେଗୁଲେଟଡ ଅଞ୍ଚଳ ପାଇଁ ବି ଅନୁମତି ଦେଇନାହାନ୍ତି । କୌଣସି ନିର୍ମାଣ କାମକୁ ଅନୁମତି କିମ୍ବା ମଞ୍ଜୁରୀ ଦିଆଯାଇନାହିଁ । ମନ୍ଦିରର ସୌନ୍ଦର୍ଯ୍ୟକରରଣ ଓ ଶ୍ରଦ୍ଧାଳୁଙ୍କୁ ସୁବିଧା ଯୋଗାଇବା ପ୍ରକଳ୍ପର ମୂଳ ଲକ୍ଷ୍ୟ । ବର୍ତ୍ତମାନ ଆମେ ଯାହା ନିର୍ମାଣ କରୁଛୁ, ତାହା ପରିକ୍ରମା ଅଞ୍ଚଳର ମାତ୍ର ୧% । ଟଏଲେଟ, ଇଲେକ୍ଟ୍ରି ରୁମକୁ ଅନୁମତି ମିଳିଛି, ଯାହାକୁ ଏନଏମଏ ଅନୁମତି ଦେଇଛି । ଦୈନିକ ୬୦ ହଜାର ଶ୍ରଦ୍ଧାଳୁ ଆସୁଛନ୍ତି, ସେଥିପାଇଁ ଟଏଲେଟ ନିର୍ମାଣ ଜରୁରୀ । ଟଏଲେଟ ପାଇଁ ଆମିକସକ୍ୟୁରୀ କହିବା ପରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏନଏମଏ କିନ୍ତୁ କୌଣସି ଆଇନସିଦ୍ଧ ସାର୍ଟିଫିକେଟ ଦେଇନାହାନ୍ତି । ନିର୍ମାଣ କାର୍ଯ୍ୟ ପାଇଁ କୌଣସି ଅନୁମତି ଦିଆଯାଇନାହିଁ ।’

ତେବେ ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ବରେ ୧୦୦ ମିଟର ନିଷିଦ୍ଧାଞ୍ଚଳରେ ବିନା ଅନୁମତିରେ ନିର୍ମାଣ କରାଯାଉଥିବା ଦୁଇ ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି। ଏହି ବେଆଇନ କାର୍ଯ୍ୟକୁ ରୋକିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ତୁରନ୍ତ ହସ୍ତକ୍ଷେପ କରିବାକୁ ଏଥିରେ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *