ଟିକା ନ ନେଲେ ବ୍ଲକ୍‌ ହୋଇଯିବ ସିମ୍‌ କାର୍ଡ

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଟିକାକରଣକୁ ନେଇ ଏକ ନୂଆ ଉପାୟ ବାହାର କରିଛନ୍ତି ପାକିସ୍ତାନ ପଞ୍ଜାବର ପ୍ରାଦେଶିକ ସରକାର। ରିପୋର୍ଟ ମୁତାବକ ଯେଉଁ ବ୍ୟକ୍ତି ଟିକା ନେବାକୁ ମନା କରିବେ ସେମାନଙ୍କ ସିମ୍ କାର୍ଡକୁ ବ୍ଲକ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ୟସ୍ମିନ୍ ରସିଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଟିକା ଦ୍ବନ୍ଦର ମୁକାବିଲା ଲାଗି ଏହି ଅଭିନବ ଉପାୟ ବାହାର କରିଛନ୍ତି ସରକାର। ଟିକାକରଣ ଯୋଗୁ ଏଠାରେ କରୋନା ମାମଲା ଯଥେଷ୍ଟ ହ୍ରାସ ଘଟିଥିବା ସେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *