ନୂଆଦିଲ୍ଲୀ: ଭାଇରାଲ ସାପ ଉଦ୍ୟାନ କଥା ଜାଣନ୍ତି? ସୋସିଆଲ ମିଡିଆରେ ଏକ ସାପ ଉଦ୍ୟାନର ଭିଡିଓ ଭାଇରାଲ ହୋଇଛି। ଯେଉଁ ଉଦ୍ୟାନଟି ୧୨ଏକର ପର୍ଯ୍ୟନ୍ତ ବିସ୍ତୃତ ରହିଛି ଏବଂ ଏହା ସାପ ପାଳନ ଓ ଔଷଧୀୟ ସାମଗ୍ରୀ ପ୍ରସ୍ତୁତି ପାଇଁ ବେଶ ପରିଚିତ। ଏହା ଏକ ସ୍ବତନ୍ତ୍ର ପ୍ରକାର ଉଦ୍ୟାନ। ଏହି ଉଦ୍ୟାନର ପ୍ରତିଟି ଶାଖାରେ ଫଳ ଫୁଲ ବ୍ୟତୀତ ସାପ ମଧ୍ୟ ଦେଖିବାକୁ ମିଳିଥାଏ। ଏହି ଉଦ୍ୟାନରେ ପାଖାପାଖି ୪୦୦ରୁ ଅଧିକ ପ୍ରଜାତିର ବିଷଧର ସାପ ରହିଛନ୍ତି। ଏହି ସାପମାନଙ୍କୁ ବିଶେଷ କରି ସେମାନଙ୍କର ବିଷ ପାଇଁ ପୋଷା ଯାଇଛି। ଏହି ବିଷକୁ ଔଷଧ ପ୍ରସ୍ତୁତିରେ ବ୍ୟବହାର କରାଯାଇଥାଏ। ଏଥିସହିତ ଏଠାରେ ସର୍ପଦଂଶନ ପାଇଁ କିଭଳି ଉପଚାର ଲାଭଦାୟକ ହେବ ସେନେଇ ବିଭିନ୍ନ ରିସର୍ଚ୍ଚ ବି କରାଯାଇଥାଏ। ତେବେ ପ୍ରତିବର୍ଷ ସର୍ପ ଦଂଶନର ଶିକାର ହେଉଥିବା ପାଖାପାଖି ୧୫,୦୦ଜଣ ପୀଡିତଙ୍କୁ ଏହି ଡୋଙ୍ଗ ଟାମ ସ୍ନେକ ଫାର୍ମରେ ଚିକିତ୍ସା କରାଯାଇଥାଏ।ବିଶେଷ ଉପଚାରର ଉପଲବ୍ଧତା ଓ ସର୍ପଦଂଶନ ପରେ କେଉଁ ଔଷଧ ଅଧିକ ଲାଭ ହେବ ତାହାକୁ ନେଇ ଏହି ଫାର୍ମରେ ରିସର୍ଚ୍ଚ ଚାଲିଥାଏ। ସୋସିଆଲ ମିଡିଆରେ ଟ୍ରିନ ଡୋଙ୍ଗ ଟାମ ସ୍ନେକ ଫାର୍ମର ଭିଡିଓ ଭାଇରାଲ ହେବାପରେ ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓ ଦେଖି ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେବା ସହିତ ଏମିତି ଉଦ୍ୟାନ ପୂର୍ବରୁ କେବେ ଦେଖି ନାହାନ୍ତି ବୋଲି ମତ ପ୍ରକାଶ କରିଛନ୍ତି ।
