ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍”ସମ୍ମାନ

Top Storise ରାଜ୍ୟ

ଭୁବନେଶ୍ୱର: ସୋଆକୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ସମ୍ମାନ । ସ୍ୱଚ୍ଛତା ଆକ୍ସନ୍ ପ୍ଲାନ୍ କାର୍ଯ୍ୟକ୍ରମରେ ଉତ୍ତମ ପାରଦର୍ଶିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍” ପୁରସ୍କାର ପ୍ରଦାନ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ମହାତ୍ମା ଗାନ୍ଧି ନାସନାଲ କାଉନ୍ସିଲ୍ ଅଫ୍ ରୁରାଲ୍ ଏଜୁକେସନ୍ ପକ୍ଷରୁ ପୁରସ୍କାର ଦିଆଯାଇଛି। ଖୋର୍ଦ୍ଧାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋଆ ଏନ୍ଏସ୍ଏସ୍ ସଂଯୋଜକ ଏବଂ ୟୁନିଭର୍ସିଟି ଆଉଟ୍ ରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଜିଲ୍ଲାପାଳ ଶ୍ରୀ ସନତ କୁମାର ମହାନ୍ତିଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ସୋଆକୁ ପୁରସ୍କାର ପ୍ରଦାନ କରିବା ସହିତ କ୍ୟାମ୍ପସରେ ସ୍ୱଚ୍ଛତାକୁ ନେଇ କରାଯାଇଥିବା ଆଦର୍ଶ କାର୍ଯ୍ୟକଳାପ ତଥା ଉଚ୍ଚଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋଆକୁ ଅଭିନନ୍ଦନ ଜଣାଇଛନ୍ତି ଜିଲ୍ଲାପାଳ ଶ୍ରୀ ମହାନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ ଜିଲ୍ଲାରେ ଥିବା କ୍ୟାମ୍ପସ୍ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଯତ୍ନର ସହ ପାଳନ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ପରାମର୍ଶ ଦେଇଥିଲେ। ତା’ ସହିତ ପ୍ରଦୁଷଣକୁ ହ୍ରାସ କରିବା ପାଇଁ ସାଇକେଲ୍ ବ୍ୟବହାର କରିବା ଲାଗି ସେ ପରାମର୍ଶ ଦେଇଥିଲେ। ସ୍ୱଚ୍ଛତା କାର୍ଯ୍ୟକ୍ରମର ତଦାରଖ ଏହି ସଫଳତା ନେଇ ଆଲୋଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *