ଭାରତରେ ଦ୍ବିତୀୟ ପ୍ରବାହ ପାଇଁ ଦାୟୀ ସାମାଜିକ ସମାବେଶ: ଡବ୍ଲ୍ୟୁଏଚଓ

Top Storise ଦେଶ- ବିଦେଶ

ଲଣ୍ଡନ: ୟୁକେରେ ଜି-୭ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ଭାରତରେ ବଢୁଥିବା ସଂକ୍ରମଣ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ‘ଡବ୍ଲ୍ୟୁଏଚଓ’ର ଜରୁରୀକାଳୀନ ସ୍ବାସ୍ଥ୍ୟ ଯୋଜନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିଆନ୍‌।

ସୂଚନା ଅନୁଯାୟୀ, ଭାରତରେ କରୋନାର ଦ୍ବିତୀୟ ପ୍ରବାହ ବ୍ୟାପିବା ପାଇଁ ସେ ଦେଶର ତ୍ରୁଟିପୂର୍ଣ୍ଣ ଅନ୍‌ଲକ୍ ପ୍ରକ୍ରିୟା ଓ ସାମାଜିକ ସମାବେଶକୁ ଦାୟୀ କରିଛନ୍ତି।

ତେବେ ଦୋକାନ ବଜାର ଖୋଲିବା, ବିବାହ, ଧାର୍ମିକ ସମାରୋହ, ସାମାଜିକ ସମାବେଶ ସହ ଡେଲଟା ଷ୍ଟ୍ରେନର ଉତ୍ପତ୍ତି ଭଳି ଅନେକ କାରଣ ତ୍ବରିତ ସଂକ୍ରମଣ ବଢ଼ିବା ପଛରେ ରହିଛି।

ଭାରତରେ କୋଭିଡ ମହାମାରୀର ପ୍ରକୋପ ଜାରି ରହିଛି। ଅପରପକ୍ଷେ ସଂକ୍ରମଣ ଗ୍ରାମା଼ଞ୍ଚଳକୁ ବ୍ୟାପିବା ଦ୍ବାରା ପରିସ୍ଥିତି ଅଧିକ ସଙ୍ଗୀନ ହେଉଥିବା ନେଇ ସେ ପ୍ରକାଶ କରିଛନ୍ତି। ତେବେ ଅନେକ ସ୍ଥାନରେ ଯନ୍ତ୍ରପାତି ଏବଂ ଯୋଗାଣ ଅଭାବ ଥିବା ସତ୍ବେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସ୍ୱାସ୍ଥ୍ୟ କର୍ମୀ ମାନେ ଲାଗି ପଡ଼ିଛନ୍ତି। ଯାହାକୁ ଆମେ ପ୍ରଶଂସା କରୁଛୁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *