Social Media ନିୟମ: ଏଣିକି ପିଲାମାନଙ୍କର ଫଟୋ କିମ୍ବା ଭିଡିଓ ସେୟାର କରିଲେ ଅଭିଭାବକମାନଙ୍କୁ ଯିବାକୁ ପଡିବ ଜେଲ!

Top Storise ଦେଶ- ବିଦେଶ

ନୂଆଦିଲ୍ଲୀ: ଯଦି ଆପଣ ସୋସିଆଲ ମିଡିଆ ନିଜ ପିଲାଙ୍କ ଫଟୋ ସେୟାର କରୁଛନ୍ତି ତେବେ ଏହା ପାଇଁ ଆପଣଙ୍କୁ ଦଣ୍ଡ ମିଳିପାରେ। ଏବେ ସୋସିଆଲ ମିଡିଆ ଯୁଗରେ ଗୋପନୀୟତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏଭଳି ପରିସ୍ଥିତିରେ ଏକ ନୂତନ ସୋସିଆଲ ମିଡିଆ ଆଇନ ଆବଶ୍ୟକ। ନୂତନ ସୋସିଆଲ ମିଡିଆ ଆଇନ ଯାହା ୨୬ ମଇ ୨୦୨୧ ରେ ଭାରତରେ ଲାଗୁ ହେଇଛି । ଏଥିରେ ବିନା ଅନୁମତିରେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।ତେବେ ଫ୍ରାନ୍ସ ଏହି ପ୍ରସଙ୍ଗରେ ଗୋଟିଏ ପାଦ ଆଗକୁ ବଢିଛି ।

ପିଲାମାନଙ୍କର ଗୋପନୀୟତା ପ୍ରତି ବିଶେଷ ଧ୍ୟାନ ଦେଇ ଫ୍ରାନ୍ସ ଏକ ନୂତନ ବିଲ୍ ପାସ କରିଛି ଯେଉଁଥିରେ ପିଲାମାନଙ୍କ ଅନୁମତି ବିନା ପିତାମାତାଙ୍କ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ସେୟାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅର୍ଥାତ୍ ଯଦି ଅଭିଭାବକମାନେ ବିନା ଅନୁମତିରେ ସୋସିଆଲ ମିଡିଆରେ ସେମାନଙ୍କ ପିଲାମାନଙ୍କର ଫଟୋ ଏବଂ ଭିଡିଓ ସେୟାର କରନ୍ତି, ତେବେ ସେମାନଙ୍କୁ ମଧ୍ୟ ଜେଲ୍ ଦଣ୍ଡ ଭୋଗିବାକୁ ପଡିପାରେ । ପିଲାମାନଙ୍କର ଗୋପନୀୟତାକୁ ମଜବୁତ କରିବା ଏହି ବିଲ୍ ର ଉଦ୍ଦେଶ୍ୟ ।

ବାସ୍ତବରେ, କିଛି ସମୟ ପାଇଁ ଫ୍ରାନ୍ସରେ ପିଲାମାନଙ୍କର ପିତାମାତାଙ୍କ ନାମରେ ସୋସିଆଲ ମିଡିଆ ଆକାଉଣ୍ଟ ରୁ ପିଲାମାନଙ୍କ ଫଟୋ ରେ ଅଶ୍ଳୀଳତା ପାଇଁ ବ୍ୟବହାର କରାଯାଉଥିବା ଅଭିଯୋଗ ଆସୁଥିଲା। ସେବେଠାରୁ ସଂସଦରେ ଏପରି ଏକ ଆଇନକୁ ନେଇ ଏକ ବିତର୍କ ଚାଲିଥିଲା।

Leave a Reply

Your email address will not be published. Required fields are marked *