ଆଥିୟାଙ୍କୁ କ୍ଷମା ମାଗିଲେ ସଲ୍‌ମାନ

Top Storise ଦେଶ- ବିଦେଶ ମନୋରଞ୍ଜନ

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ସଲମାନ ଖାନ ନିକଟରେ ତାଙ୍କ ଭାଇ ଅରବାଜ ଖାନଙ୍କ ଟକ୍ ସୋ – ପିଞ୍ଚ ୨ରେ ଯୋଗାଦେଇଥିଲେ। ଏବଂ ତାଙ୍କ ବିଷୟରେ ପ୍ରଚାର ହେଉଥିବା ଗୁଜବ ବିଷୟରେ କହିଥିଲେ। ଆକର୍ଷଣୀୟ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।

ଗୋଟିଏ ପର୍ଯ୍ୟାୟରେ ଅରବାଜ ଖାନ ସଲମାନଙ୍କୁ ଇନଷ୍ଟାଗ୍ରାମରେ ଅନୁସରଣ କରିଥିବା ଲୋକମାନଙ୍କ ବିଷୟରେ ପଚାରିଥିଲେ ଏବଂ କ୍ୟାଟ୍ରିନା କୈଫ, ଆଥିଆ ଶେଟ୍ଟୀ ଏବଂ ସଂଗୀତା ବିଜ୍‌ଲାନୀ ମଧ୍ୟରୁ ସେ କାହାକୁ ଇନଷ୍ଟାଗ୍ରାମରେ ଅନୁସରଣ କରୁନାହାଁନ୍ତି ବୋଲି ପ୍ରଶ୍ନ ପଚାରିଥିଲେ।

ଏଥିରେ ସଲ୍‌ମାନଙ୍କ ଉତ୍ତର ଥିଲା ସଂଗୀତା ବିଜ୍‌ଲାନୀ। ଏହାପରେ ଅରବାଜ ସଲ୍‌ମାନଙ୍କୁ ଆଥିୟା ଶେଟ୍ଟୀଙ୍କୁ ଅନୁସରଣ କରନ୍ତି କି ନାହିଁ ତାହା ପ୍ରକାଶ କରିବାକୁ କହିଥିଲେ। ଏହାପରେ ସଲ୍‌ମାନ ଅତି ମଧୁର ଭାବରେ ଆଥିୟାଙ୍କୁ କ୍ଷମା ମାଗିଥିଲେ ଏବଂ ତାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନୁସରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏହା ଏକ ଆକର୍ଷଣୀୟ ମୁହୂର୍ତ୍ତ ଥିଲା।

Leave a Reply

Your email address will not be published. Required fields are marked *