ସ୍ପେଶାଲ ଅଲିମ୍ପିକ୍ସ ୱାର୍ଲଡ ୱିଣ୍ଟର ଗେମ୍ସର ବ୍ରାଣ୍ଡ୍‌ ଆମ୍ବାସାଡାର ହେବେ ସୋନୁ

Top Storise ଦେଶ- ବିଦେଶ ମନୋରଞ୍ଜନ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ରୁଷିଆରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର ୱିଣ୍ଟର ଅଲିମ୍ପିକ୍ସରେ ଭାରତୀୟ ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ମନୋନୀତ କରାଯାଇଛି। ନିକଟରେ ଏହି ଅଭିନେତା ଏହି ସୁଯୋଗକୁ ନେଇ ନିଜର ଉତ୍ସାହ ବ୍ୟକ୍ତ କରିଛନ୍ତି। ୨୦୨୨ ମସିହାରେ ଅନୁଷ୍ଠିତ ହେବାକୁ ଥିବା ସ୍ପେଶାଲ ଅଲିମ୍ପିକ୍ସ ୱାର୍ଲଡ ୱିଣ୍ଟର ଗେମ୍ସର ବ୍ରାଣ୍ଡ ଆମ୍ବାସାଡାର ହେବେ ସୋନୁ ସୁଦ।

କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଲୋକଙ୍କୁ ସାହାଯ୍ୟ କରିବାରେ ସର୍ବାଗ୍ରେ ରହିଛନ୍ତି ସୋନୁ ସୁଦ।ସୋନୁ ସୁଦ ତାଙ୍କ ଅଲିମ୍ପିକ୍ସ ଆସୋସିଏସନ ପାଇଁ ‘ଗର୍ବିତ’ ଅନୁଭବ କରିଥିବା କହିଛନ୍ତି।

ସୋନୁ ଆଜି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଜଣାଇଛନ୍ତି ଯେ ରୁଷ୍‌ରେ ଆୟୋଜିତ ହେବାକୁ ଥିବା # ସ୍ପେସିଆଲ ଅଲିମ୍ପିକ୍ସରେ ମୁଁ ଭାରତର ବ୍ରାଣ୍ଡ ଆମ୍ବାସାଡର ଭାବରେ ମନୋନୀତ ହୋଇଥିବାରୁ ଆଜି ଗର୍ବିତ ଅନୁଭବ କରୁଛି।

Leave a Reply

Your email address will not be published. Required fields are marked *