ଖୋର୍ଦ୍ଧା ରୋଡ୍ ଓ ଉଦନା (ସୁରଟ) ମଧ୍ୟରେ ସ୍ବତନ୍ତ୍ର ଟ୍ରେନ୍

Top Storise ଦେଶ- ବିଦେଶ ରାଜ୍ୟ

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ଓ ପଶ୍ଚିମ ଭାରତକୁ ଯାତାୟାତ କରୁଥିବା ନିୟମିତ ଟ୍ରେନ୍ ଗୁଡିକରେ ମାତ୍ରାଧିକ ଓ୍ବେଟିଂ ଲିଷ୍ଟକୁ ଏଡାଇବା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ଗୁଜୁରାଟର ସୁରଟ ନିକଟସ୍ଥ ଉଦନା ଷ୍ଟେସନ ମଧ୍ୟରେ ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି ରେଳବାଇ ।

ବିଜୟନଗରମ ଓ ଟିଟିଲାଗଡ଼ ମାର୍ଗ ଦେଇ ୦୮୫୮୫/୦୮୫୮୬ ଖୋର୍ଦ୍ଧା ରୋଡ-ଉଦନା-ଖୋର୍ଦ୍ଧା ରୋଡ ସ୍ବତନ୍ତ୍ର ଟ୍ରେନ ଖୋର୍ଦ୍ଧା ରୋଡ଼ରୁ ଜୁଲାଇ ୫ ତାରିଖ ରାତି ୮ଟା ୩୦ରୁ ଛାଡିବ । ସେହିପରି ଜୁଲାଇ ୭ ତାରିଖ ଭୋର ୩ଟା ୪୦ରେ ଉଦନାରେ ପହଞ୍ଚିବ । ଫେରିବା ମାର୍ଗରେ ହିଁ ଟ୍ରେନ ଉଦନା ଠାରୁ ଜୁଲାଇ ୭ ତାରିଖ ସକାଳ ୬ଟାରେ ଛାଡିବ । ସେହିପରି ଜୁଲାଇ ୮ ତାରିଖ ଅପରାହ୍ନ ୩ଟା ୪୦ରେ ଖୋର୍ଦ୍ଧା ରୋଡରେ ପହଞ୍ଚିବ ।

ଏହି ଟ୍ରେନରେ ଗୋଟିଏ ଉଭୟ ପ୍ରଥମ ଓ ଦ୍ବିତୀୟ ଏସିର କମ୍ପୋଜିଟ୍ କୋଚ୍, ଗୋଟିଏ ଏସି-୨ ଟାୟାର୍, ଚାରିଟି ଏସି -୩ ଟାୟାର୍, ୮ଟି ସ୍ଲିପର୍ କ୍ଲାସ୍, ୪ଟି ସେକେଣ୍ଡ୍ କ୍ଲାସ୍ ସିଟିଂ, ଗୋଟିଏ ଗାର୍ଡ ତଥା ଲଗେଜ୍ ଭ୍ୟାନ ଓ ଗୋଟିଏ ଗାର୍ଡ ତଥା ଦିବ୍ୟାଙ୍ଗ କୋଚ୍ ଉପଲବ୍ଧ । ଏହା ଖୋର୍ଦ୍ଧା ରୋଡ ଓ ଉଦନା ମଧ୍ୟରେ ଉଭୟ ପାର୍ଶ୍ୱରୁ ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ବିଜୟନଗରମ୍, ବବିଲି, ପାର୍ବତୀପୁରମ୍, ରାୟଗଡା, କେସିଙ୍ଗା, ଟିଟିଲାଗଡ, କଣ୍ଟାବାଞ୍ଜୀ, ଖରିଆର ରୋଡ୍, ମହାସମୁନ୍ଦ, ରାୟପୁର, ଦୁର୍ଗ, ଗୋଣ୍ଡିଆ, ନାଗପୁର, ବଦନେରା, ଅକୋଲା, ଭୁସାବଳ, ଜଲଗାଓଁ ଓ ନନ୍ଦୁରବାର ଷ୍ଟେସନ ମାନଙ୍କରେ ରହଣି କରିବ ।

Leave a Reply

Your email address will not be published. Required fields are marked *