ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ରେଳ ବିଭାଗର ନିଷ୍ପତ୍ତି । ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ ଓ ଭୁବନେଶ୍ବର-ନୟାଗଡ଼ ଟାଉନ-ଭୁବନେଶ୍ବର ସ୍ପେଶାଲର ସେବା ପୁନଃ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । ୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍ ପୁରୀରୁ ଅଗଷ୍ଟ ୨୧ରୁ ଏବଂ ଦୁର୍ଗରୁ ଅଗଷ୍ଟ ୨୨ରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ ।
ସେହିପରି ୦୮୪୨୩/୦୮୪୨୪ ଭୁବନେଶ୍ବର-ନୟାଗଡ଼ ଟାଉନ୍-ଭୁବନେଶ୍ବର ସ୍ପେଶାଲ୍ ଅଗଷ୍ଟ ୩୧ରୁ ଭୁବନେଶ୍ବରରୁ ଏବଂ ସେପ୍ଟେମ୍ବର ମାସ ପହିଲାରୁ ନୟାଗଡ଼ ଟାଉନରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ଏହି ଟ୍ରେନ ପାଇଁ ନିର୍ଧାରିତ ଷ୍ଟେସନ ଓ ସମୟ ସାରଣୀ ଅପରିବର୍ତ୍ତିତ ରହିବ ।