କିଛି ସମୟ ମଧ୍ୟରେ ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ ଟକ୍କର

Top Storise କ୍ରୀଡ଼ା ଦେଶ- ବିଦେଶ

ଦୁବାଇ: ଆଉ କିଛି ସମୟ ପରେ ଖେଳାଯିବ ଏସିଆ କପ୍ ଫାଇନାଲ୍ ମ୍ୟାଚ। ମୁହାଁମୁହିଁ ହେବେ ଶ୍ରୀଲଙ୍କା-ପାକିସ୍ତାନ । ଶ୍ରୀଲଙ୍କା ୩ଟି ଏବଂ ପାକିସ୍ତାନ ଦୁଇଟି ମ୍ୟାଚ୍ ଜିତିବା ପରେ ଉଭୟ ଫାଇନାଲକୁ ଆସିଛନ୍ତି । ଏସିଆ କପ୍ ଷଷ୍ଠ ଟାଇଟଲ୍ ଜିତିବା ଲକ୍ଷ୍ୟରେ ଶ୍ରୀଲଙ୍କା ମଇଦାନକୁ ଓହ୍ଲାଇବ। ସେହିପରି ୧୦ ବର୍ଷ ପରେ ଏସିଆ କପ୍ ଟାଇଟଲ୍ ହାତେଇବା ଲାଗି ଉଦ୍ୟମ କରିବ ପାକିସ୍ତାନ। ୧୯୮୬ ଏବଂ ୨୦୧୪ରେ ଶ୍ରୀଲଙ୍କା ଏସିଆ କପ୍ ଫାଇନାଲରେ ପାକିସ୍ତାନ ବିପକ୍ଷରେ ଜିତିଥିବା ବେଳେ ୨୦୦୦ ମସିହାରେ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଜିତିଥିଲା। ପାକିସ୍ତାନ ଶ୍ରୀଲଙ୍କା ଏସିଆ କପ୍‌ରେ ମୋଟ ୫ ଥର ଚାମ୍ପିୟନ୍ ହୋଇଛି। ପାକିସ୍ତାନ ଦୁଇ ଥର ଏହି ଟ୍ରଫି ହାସଲ କରିଛି ।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଭାରତୀୟ ସମୟ ରାତି ସାଢ଼େ ୭ଟାରୁ ଏହି ମ୍ୟାଚ ଆରମ୍ଭ ହେବ। ଶ୍ରୀଲଙ୍କାର ଟିମ୍ ଏପର୍ଯ୍ୟନ୍ତ ଏସିଆ କପ୍‌ରେ ୫ ଥର ଚମ୍ପିଅନ୍ ହୋଇଥିବା ବେଳେ ପାକିସ୍ତାନ ୩ୟ ଥର ପାଇଁ ଟ୍ରଫି ହାତେଇବାକୁ ଉଦ୍ୟମ କରିବ। ଶ୍ରୀଲଙ୍କା ଦୁଇ ଦିନ ପୂର୍ବରୁ ସୁପର-୪ ମୁକାବିଲାରେ ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରିଥିଲା। ଚଳିତ ଟୁର୍ଣ୍ଣାମେଣ୍ଟରେ ଏକ ଲଜ୍ଜାଜନକ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଶ୍ରୀଲଙ୍କା ପରବର୍ତ୍ତୀ ପର୍ଯ୍ୟାୟରେ ଚମତ୍କାର ଖେଳ ପ୍ରଦର୍ଶନ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା । ଏପରିକି ଦଳ ସୁପର-୪ ରାଉଣ୍ଡ୍‌ରେ ସମସ୍ତ ମ୍ୟାଚ୍‌ ଜିତିଥିଲା ।

ଦଳରେ କେହି ଷ୍ଟାର୍‌ ଖେଳାଳି ନଥିଲେ ମଧ୍ୟ ଶ୍ରୀଲଙ୍କା ଯଥାକ୍ରମେ ଭାରତ, ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା । କେବଳ ଦଳଗତ ପ୍ରଦର୍ଶନ ଯୋଗୁଁ ଏଭଳି ବିଜୟ ସମ୍ଭବ ହୋଇଥିଲା । ବର୍ତ୍ତମାନ ପ୍ରତ୍ୟେକ ଖେଳାଳିଙ୍କ ମନୋବଳ ଦୃଢ ରହିଛି ଦିନକ ତଳେ ପାକିସ୍ତାନକୁ ହରାଇଥିବା ଶ୍ରୀଲଙ୍କା ଆଉ ଏକ ବିଜୟ ସହ ଚାମ୍ପିୟନ୍‌ ହେବାକୁ ଲକ୍ଷ୍ୟ ରଖିଛି।

Leave a Reply

Your email address will not be published. Required fields are marked *