ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ ଗିରଫ: ଏବେ ଦିନ କଟିବ ଜେଲରେ

ଦେଶ- ବିଦେଶ

ସରକାରୀ ଅନୁଦାନ ହେରଫେର ଅଭିଯୋଗରେ ଗିରଫ ହେଲେ ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ। ଗତ ୨୦୨୩ ସେପ୍ଟେମ୍ବରରେ ତାଙ୍କ ଲଣ୍ଡନ ଗସ୍ତ ସମ୍ପର୍କରେ ଜେରା ପରେ ତାଙ୍କୁ ପୋଲିସ ହେପାଜତକୁ ନିଆଯାଇଛି। ରାଷ୍ଟ୍ରପତି ଥିବାବେଳେ ଏକ ଉତ୍ସବରେ ଯୋଗଦେବା ଲାଗି ସେ ବ୍ରିଟେନର ଏକ ବିଶ୍ବବିଦ୍ୟାଳୟକୁ ଯାଇଥିଲେ। ବ୍ୟକ୍ତିଗତ କାରଣକୁ ନେଇ ସେ ସରକାରୀ ପାଣ୍ଠିର ଅପବ୍ୟବହାର କରିଥିବାରୁ ତାଙ୍କୁ ଗିରଫ କରାଯାଇଛି।

ହାଭାନାରେ ଗ୍ରୁପ ୭୭ ସମ୍ମିଳନୀରେ ଯୋଗଦେଇ ଫେରିବାବେଳେ ସେ ଲଣ୍ଡନରେ ରହିଥିଲେ। ସେ ଓ ପତ୍ନୀ ମୈତ୍ରପ ୟୁନିଭର୍ସିଟି ଅଫ ଓଭରହାମ୍ପଟନରେ ଆୟୋଜିତ ଏକ ଉତ୍ସବରେ ଯୋଗଦେଇଥିଲେ। ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାନିଲ। ଏହି ମାମଲାରେ ତାଙ୍କର ବୟାନ ରେକର୍ଡ କରିବା ପାଇଁ ବିକ୍ରମସିଙ୍ଘେ CID କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏଠାରେ ତାଙ୍କୁ ଗିରଫ କରାଯାଇଥିଲା।

କିନ୍ତୁ ବିକ୍ରମସିଙ୍ଘେ କହି ଆସିଥିଲେ ଯେ ପତ୍ନୀଙ୍କ ଗସ୍ତ ଖର୍ଚ୍ଚ ସେ ନିଜେ କରିଥିଲେ ଓ ସରକାରୀ ପାଣ୍ଠିର ବ୍ୟବହାର ହୋଇନି। ହେଲେ ସିଆଇଡି ଜାଣିବାକୁ ପାଇଛି ଯେ ବ୍ୟକ୍ତିଗତ ଗସ୍ତ ପାଇଁ ବିକ୍ରମସିଙ୍ଘେ ସରକାରୀ ପାଣ୍ଠି ବ୍ୟବହାର କରିଥିଲେ ଓ ତାଙ୍କ ଅଙ୍ଗରକ୍ଷୀମାନଙ୍କୁ ମଧ୍ୟ ସରକାରଙ୍କ ଖାତାରୁ ପ୍ରାପ୍ୟ ଦିଆଯାଇଥିଲା। ଏହା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ମାମଲା ହୋଇଥିଲା।

Leave a Reply

Your email address will not be published. Required fields are marked *