ବିରୋଧ ପରେ ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ବୀର ଦାସଙ୍କ ଶୋ’ ବାତିଲ

Top Storise ଦେଶ- ବିଦେଶ

ବେଙ୍ଗାଲୁରୁ: ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ବୀର ଦାସଙ୍କୁ ବିରୋଧ। ଆଜି ବେଙ୍ଗାଲୁରୁରେ ହେବାକୁ ଥିବା ତାଙ୍କ କମେଡି ସୋକୁ ସେ ବାତିଲ କରିଛନ୍ତି। ଦକ୍ଷିଣପନ୍ଥୀ ସଙ୍ଗଠନର ବିରୋଧରେ ବୀର ଦାସ ଏହି ନିଷ୍ପତ୍ତି ନେଇଛନ୍ତି। ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେବା ଅଭିଯୋଗ କରି ଦକ୍ଷିଣପନ୍ଥୀ ସଙ୍ଗଠନ ଭୀର ଦାସଙ୍କୁ ଚେତାବନୀ ଦେଇଥିଲା। ଫଳରେ ଭୀର ଦାସ ନିଜ କାର୍ଯ୍ୟକ୍ରମରୁ ଓହରି ଯାଇଛନ୍ତି। ଏଥିପାଇଁ ସେ ତାଙ୍କ ଇନଷ୍ଟାଗ୍ରାମ ଅକାଉଣ୍ଟରେ ପୋଷ୍ଟ କରିଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, କିଛି ଅବାଞ୍ଛିତ କାରଣ ପାଇଁ ଆମେ ଶୋକୁ ବାତିଲ କରୁଛୁ। ଏହି ଅନିଚ୍ଛାକୃତ ତ୍ରୁଟି ପାଇଁ ମୁଁ ଦୁଃଖିତ। ଖୁବ୍‌ଶୀଘ୍ର କାର୍ଯ୍ୟକ୍ରମର ନୂଆ ତାରିଖ ବିଷୟରେ ଅବଗତ କରାଯିବ ବୋଲି ସେ କହିଛନ୍ତି।

ଭୀର ଦାସଙ୍କ ନାମରେ ହିନ୍ଦୁ ଜନଜାଗୃତି ସମିତି ବେଙ୍ଗାଲୁରୁର ଏକ ପୁଲିସ ଷ୍ଟେସନରେ ମାମଲା ରୁଜୁ କରିଛି । ଆମେରିକାରେ ଏକ ଭାଷଣରେ ଦକ୍ଷିଣପନ୍ଥୀଙ୍କୁ ଆକ୍ଷେପ କରି ଟିପ୍ପଣୀ ଦେଇଥିଲେ ଭୀର। ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଇଥିବାରୁ ତାଙ୍କୁ ବେଙ୍ଗାଲୁରୁରେ ସୋ କରିବାକୁ ଅନୁମତି ନ ଦେବାକୁ ଥାନାରେ ଏତଲା ରୁଜୁ ହୋଇଛି। ପୂର୍ବରୁ ଜଣାଶୁଣା କମେଡିଆନ କୁନାଲ କାମରା ଏବଂ ଷ୍ଟାଣ୍ଡ ଅପ୍ କମେଡିଆନ ମୁନାୱର ଫାରୁକୀଙ୍କୁ ମଧ୍ୟ ସମାନ ଘଟଣା ପାଇଁ ଶୋ ବାତିଲ କରିବାକୁ ପଡ଼ିଛି। କମେଡି ନାଁରେ ଧାର୍ମିକ ଭାବନାକୁ ସେମାନେ ଆଘାତ କରୁଥିବା ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *