Supari killed in police firing

ପୋଲିସ ଗୁଳିରେ ଗୁରୁତର କୁଖ୍ୟାତ ଅପରାଧି, ସୁପାରି କିଲ୍ଲର ଜିତେନ୍ଦ୍ର ପଲେଇ

Top Storise ଅପରାଧ ରାଜ୍ୟ

ଭୁବନେଶ୍ବର : ଆକ୍ସନ ମୋଡରେ କମିଶନରେଟ ପୋଲିସ। ଗୋଟିଏ ପରେ ଗୋଟିଏ ଅପରେସନରେ ପୋଲିସକୁ ମିଳୁଛି ସଫଳତା। ଦୀର୍ଘ ଦିନର ନୀରବତା ପରେ ପୋଲିସ ପୁଣି ଏନକାଉଣ୍ଟର ଆରମ୍ଭ କରିଛି। ଗତକାଲି ବିଳମ୍ବିତ ରାତିରେ କୁଖ୍ୟାତ ଅପରାଧି ଜିତେନ୍ଦ୍ର ପଲେଇକୁ ଗୁଳି ମାରିଛି ପୋଲିସ। ବାଂକୁଆଳ ନଦୀଘାଟ ନିକଟରେ କମିଶନରେଟ ପୁଲିସର ସ୍ପେଶାଲ ଟିମ୍ କରିଛି ଏହି ଏନକାଉଣ୍ଟର୍।

ସୂଚନାନୁସାରେ କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ ବାଂକୁଆଳ ଅଞ୍ଚଳରେ ଥିବା ନେଇ ପୁଲିସକୁ ସୂଚନା ମିଳିବା ପରେ କମିଶନରେଟ ପୁଲିସର ସ୍ପେଶାଲ ଟିମ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ପୁଲିସକୁ ଦେଖି ଏହି ଅଭିଯୁକ୍ତ ଜଣକ ପୁଲିସ ଉପରକୁ ଗୁଳି ଚାଳନା କରିଥିଲା। ଫଳରେ ପୁଲିସ ପ୍ରତିଆକ୍ରମଣରେ ଗୁଳି ଚାଳନା କରିଥିଲା। ପୁଲିସର ଏନ୍‌କାଉଣ୍ଟରରେ ଜିତେନ୍ଦ୍ର ପଲେଇର ବାମ ଗୋଡରେ ଗୁଳି ବାଜିବାରୁ ସେ ଆହତ ହୋଇଥିବା ଜଣାପଡିଛି। ତାକୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଅପରାଧୀ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୩୫ ଟି ଅପରାଧିକ ମାମଲା ରହିଛି। ହତ୍ୟା, ହତ୍ୟା ଉଦ୍ୟମ, ଡ଼କାୟତି, ସୁପାରୀ କିଲିଙ୍ଗ ଭଳି ସାଂଘାତିକ ମାମଲା ଉକ୍ତ ଅଭିଯୁକ୍ତ ନାଁରେ ରହିଛି। ଗତ ୧୭ ତାରଖରେ ୪ ନମ୍ବର ସ୍ଥିତ ସୁନା ଦୋକାନୀ ଶ୍ରୀ ଜୁଏଲର୍ସରେ ବୋମା ମାଡ଼ କରିଥିଲା ଏହି ଦୁର୍ବୁତ୍ତ। ସୁପାରୀ କିଲିଙ୍ଗ ପାଇଁ ଏହି ସୁନା ଦୋକାନରେ ହୋଇଥିଲା ଆକ୍ରମଣ।

Leave a Reply

Your email address will not be published. Required fields are marked *